ପାଟନା:କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଲାଲୁ ପ୍ରସାଦ ଯାଦବ କରିଥବା ଏକ ବ୍ୟଙ୍ଗାତ୍ମକ ଟୁଇଟ୍ ଆସିଛି ଚର୍ଚ୍ଚାକୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ଉପରେ ଜୋର ଦେଉଥିବା ବେଳେ କେନ୍ଦ୍ର କୃଷି ମନ୍ତ୍ରୀ ବାହାରେ ପରିସ୍ରା କରିବା ଘଟଣା ନେଇ ଲାଲୁ କଟାକ୍ଷ କରିଛନ୍ତି । ଫଟୋରେ ଦେଖିବାକୁ ମିଳୁଛି ରାସ୍ତାରେ ଯିବା ବେଳେ ଅଧାରେ ଅଟକି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ କୌଣସି ପାଚେରୀ କଡରେ ପରିସ୍ରା କରୁଛନ୍ତି । ଏହି ଫଟୋ ଉପରେ ଲାଲୁ ଯାଦବ ଲେଖଛନ୍ତି କଡା ସୁରକ୍ଷା ବଳୟ ଭିତରେ କେନ୍ଦ୍ରମନ୍ତ୍ରୀ ଜଳସେଚନ କାର୍ଯ୍ୟକ୍ରମର ଉଦଘାଟନ କରୁଛନ୍ତି ।