ଭୁବନେଶ୍ବର : ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କୁ କାହóକି ଭେଟିବାକୁ ଚାହୁଁଛନ୍ତି ଭିଏଚପିର ପ୍ରବୀଣ ତୋଗାଡିଆ। ପ୍ରଧାନମନ୍ରୀ ମୋଦିଙ୍କ ନାଁରେ କି ଇମୋସନାଲ ଚିଠି ଲେଖିଛନ୍ତି ତୋଗାଡିଆ। ୟୁି ଓ ବିହାର ଉପ ନିର୍ବାଚନରେ ହାରିବା ପରେ ଏବେ ଚିନ୍ତାରେ ପଡିଛି ବିଜେପି । ଏହାକୁ ନେଇ ଦଳ ଭିତରେ ଓ ବିରୋଧୀ କଟା ଘା’ରେ ଚୂନ ଦେବା ପରି ଆଚରଣ କରୁଛନ୍ତି। ଏଭଳି ସମୟରେ ପ୍ରଧାନମନ୍ରୀଙ୍କୁ ଚିଠି ଲେଖି ଇଶାରା ଇଶାରାରେ ଅନେକ କିଛି କହିଛନ୍ତି ତୋଗାଡିଆ। ଏମିତିକି ତାଙ୍କୁ ଦେଖା କରିବା ପାଇଁ ସମୟ ବି ମାଗିଛନ୍ତି। ନିଜ ଚିଠିରେ ତୋଗାଡିଆ ପ୍ରଧାନମନ୍ରୀଙ୍କ ପୁରୁଣା କଥା ମନେପକାଇ ଦେଇଛନ୍ତି । ମୋଦିଙ୍କୁ ମୋଟା ଭାଇ ସମ୍ବୋଧନ କରି ତୋଗାଡିଆ ଲେଖିଛନ୍ତି ବହୁଦିନ ହେଲା ତାଙ୍କ ସହ ଭେଟ ହୋଇନି । ୧୯୭୨ରୁ ୨୦୦୫ ଯାଏ ଆମେ ଦୁହେଁ ଏକାଠି କାମ କରିଛୁ,ଏକାଠି ଘର ଓ ଅଫିସକୁ ଯିବାଆସିବା ଚା’ ପିଇବା, ଖାଇବା ଓ ହସିବା କଥା ସବୁ ମୋର ମନେଅଛି । ଆଉ ମୋର ବିଶ୍ବାସ ଆପଣ ଏସବୁ ଭୁଲିନଥିବେ ବୋଲି ଲେଖିଛନ୍ତି ତୋଗାଡିଆ । ଏହି ଚିଠିରେ ତୋଗାଡିଆ ଜରୁରୀକାଳିନ ସମୟରେ କଥା ବି ମନେ ପକାଇ ଦେଇଛନ୍ତି । କାନ୍ଥରେ ଅନ୍ଧାରରେ ଅଟଳ ବିହାରୀ ଓ ଜୟ ପ୍ରକାଶ ବୋଲି ଦୁହେଁ ମିଶି ଲେଖିବା କାମ ରାତାରାତି କରିଛେ ବୋଲି ଲେଖିଛନ୍ତି । ଚିଠିରେ ତୋଗାଡିଆ ଲେଖିଛନ୍ତି ବିକାଶ ଲାଗି ହିନ୍ଦୁଙ୍କୁ ଅପମାନିତ କରିବାର ଆବଶ୍ୟକ ନାହó । ନିଜ ଚିଠିରେ ତୋଗାଡିଆ ଆତ୍ମଘୋଷିତ ଗୋରକ୍ଷକଙ୍କୁ ଗୁଣ୍ଡା କହିବା, ଦେବାଳୟ ପୂର୍ବରୁ ଶୌଚାଳୟ ପରି ତୁଳନାତ୍ମକ ବୟାନ, କାଶ୍ମୀାରରେ ସେନା ଉପରେ ହତ୍ୟା ଅଭିେଯାଗ ଓ ପଥର ମାରୁଥିବା ଲୋକଙ୍କ ଉପରୁ କେଶ ପ୍ରତ୍ୟାହାର କରିବା, ଚାଷୀ ଆତ୍ମହତ୍ୟା ଆଦି ଅନେକ ଗୁରୁତ୍ବ ୂର୍ଣ୍ଣ ପ୍ରସଂଗ ସଂପର୍କରେ ଲେଖିଛନ୍ତି ତୋଗାଡିଆ। ଅେଯାଧ୍ୟାରେ ରାମ ମନ୍ଦିର, ଗୋ ହତ୍ୟା ନିରୋଧ ବିଲ୍ ଓ ସମାନ ଆଚରଣ ସଂହିତା ଉପରେ ଆଲୋଚନା ହେବା ଦରକାର ବୋଲି ଚିଠିରେ ଲେଖି ମୋଦିଙ୍କୁ ସମୟ ମାଗିଛନ୍ତି ତୋଗାଡିଆ । ତେବେ ଦେଖିବାର କଥା ତୋଗାଡିଆଙ୍କୁ ଭେଟିବା ଲାଗି ମୋଦି ସମୟ ଦେଉଛନ୍ତି ନା ନାହó ।