ଭୁବନେଶ୍ବର:ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ପାଇଁ ସଜେଇ ହେଲାଣି କଳିଙ୍ଗ ଷ୍ଟାଡିଅମ୍ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ କାମ । ଦିଆଯାଉଛି ଫାଇନାଲ୍ ଟଚ୍ । ସେପଟେ ଗ୍ରାଣ୍ଡ ଓପନିଂ ସେରିମନି ପାଇଁ ଖୁବ୍ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ଓପନିଂ ସୋରିମୋନିକୁ ନିଆରା କରିବା ପାଇଁ ଓଡ଼ିଆ କଳା ସଂସ୍କୃତି ଓ ପରମ୍ପରାର ଝଲକ ଉପରେ ଗୁରୁତ୍ବ ଦିଆଯାଉଛି।ସେଥିପାଇଁ ଓଡିଶୀ କଳାକାରମାନେ ରିହରସଲ୍ରେ ବ୍ୟସ୍ତ । ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ର ଗ୍ରାଣ୍ଡ ଓପନିଂ ସେରିମୋନି ହେବ ଐତିହାସିକ । ଏଥିପାଇଁ ଖୁବ୍ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଉଦ୍ଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବ ସାରା ବିଶ୍ବ । କେ।ଣାର୍କ ମନ୍ଦିରରେର ନୃତ୍ୟ ଶିଳ୍ପୀଙ୍କ ଅଙ୍ଗଭଙ୍ଗୀ ହେଉ କି କଳିଙ୍ଗ ଯୁଦ୍ଧ । ସବୁ ନୃତ୍ୟକୁ ଓଡ଼ିଶୀ ମାଧ୍ୟମରେ ଜୀବନ୍ତ ଭାବେ ପରିବେଷଣ କରିବେ ୪୦୦ କଳାକାର । ଏଥିପାଇଁ ଜୋର ସୋରରେ ପ୍ରସ୍ତୁତି କରୁଛନ୍ତି ପଦ୍ମଶ୍ରୀ ଅରୁଣା ମହାନ୍ତି ତାଙ୍କ ସାଥୀ ଓ କୋରିଓ ଗ୍ରାଫର ଜନାର୍ଦ୍ଦନ ରାଜ ଅର୍ଶ ଓ ତାଙ୍କ ଟିମ୍ ।ଅରୁଣା ମହାନ୍ତି ଓ ତାଙ୍କ ଟିମ୍ କୋଣାର୍କର ଗାଥାକୁ ପରିବେଷଣ କରିବାକୁ ଥିବା ବେଳେ ଜନାର୍ଦ୍ଦନ ରାଜ୍ଙ୍କ ଟିମ୍ କଳିଙ୍ଗ ଯୁଦ୍ଧ ପରିବେଷଣ କରିବେ ।କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶେ।କ କିଭଳି ଚଣ୍ଡାଶେ।କରୁ ଧର୍ମାଶୋକରେ ପରିଣତ ହେଲେ ଓ ବୁଦ୍ଧଙ୍କ ବାଣୀ ପ୍ରଚାର କଲେ ତାହା ପାଇକ ଓ ଛଉ ନୃତ୍ୟର ମିଶ୍ରଣରେ ପରିବେଷଣ କରାଯିବ । ଏତେବଡ ଫେ।ରମରେ ନୃତ୍ୟ ପରିବେଷଣର ସୁଯୋଗ ମିଳିଥିବାରୁ ନୃତ୍ୟଶିଳ୍ପୀ ବି ବେଶ ଉତ୍ସାହିତ । ନୃତ୍ୟୁକୁ ଜୀବନ୍ତ କରିବା ପାଇଁ ସେମାନେ ଏବେ କଠିନ ଅଭ୍ୟାସ ଜାରି ରଖିଛନ୍ତି ।ଏଥିସହ ଥାଇଲ୍ୟାଣ୍ଡ କଳାକାରଙ୍କ ଏକ ଟିମ୍ ବି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ସ୍ଥିର ହୋଇଛି