Twitter ବୋର୍ଡରେ ସାମିଲ ହେଲେ ଏଲନ ମସ୍କ

Twitter ବୋର୍ଡରେ ସାମିଲ ହେଲେ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ । ଟ୍ୱିଟରରେ ୯.୨% ଅଂଶଧନ କିଣିବାର ଗୋଟିଏ ଦିନ ପରେ ଏହି ବୋର୍ଡରେ ସାମିଲ ହୋଇଛନ୍ତି । ମକ୍ସଙ୍କ ସାମିଲ ହେବା ସମ୍ପର୍କରେ ଟ୍ବିଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CEO) ପରାଗ ଅଗ୍ରୱାଲ ଆଜି ଘୋଷଣା କରିଛନ୍ତି ।

ଆମେ ଟ୍ବିଟର ବୋର୍ଡରେ ଏଲନଙ୍କୁ ନିଯୁକ୍ତି ଦେଇଛୁ । ଏପରି ନିଷ୍ପତ୍ତି ପାଇଁ ଆମେ ଖୁସି । ଆମେ ଗତ ସପ୍ତାହର ଏଲନଙ୍କ ସହ ଆଲୋଚନା କରିଥିଲୁ । ତାଙ୍କର ସାମିଲ ହେବା ଆମ ସଂସ୍ଥା ପାଇଁ ଲାଭଦାୟକ ହେବ ବୋଲି ଦର୍ଶାଇ ପରାଗ ଏକ ଟ୍ବିଟ ମାଧ୍ୟମରେ ଏଲନଙ୍କୁ ସ୍ବାଗତ ମଧ୍ୟ କରିଛନ୍ତି ।

ଅଂଶଧନ କିଣିବା ପରେ ଏଲନ ମସ୍କ ଟ୍ବିଟର ବୋର୍ଡରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ଯାହା ଆଜି ସ୍ପଷ୍ଟ ହୋଇଛି ।