ଅକ୍ଟୋବର ୧ରୁ ଖୋଲିବ ପର୍ଯ୍ୟଟନ ସ୍ଥଳୀ

ଭୁବନେଶ୍ୱର: କରୋନା ଭିତରେ ଆସିଲା ଖୁସି ଖବର । ଅପେକ୍ଷାର ହେଲା ଅନ୍ତ । ରାଜ୍ୟରେ ଅକ୍ଟୋବର ମାସରୁ ଖୋଲିବ ପର୍ଯ୍ୟଟନସ୍ଥଳୀ । ବିଶ୍ୱ ପର୍ଯ୍ୟଟନ ଦିବସରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ଗାଇଡଲାଇନ୍ ମଧ୍ୟରେ ପର୍ଯ୍ୟଟନ ସ୍ଥଳ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

କୋଭିଡ ପାଇଁ ରାଜ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ଶିଳ୍ପ । ତେବେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତ୍ତି ନେବ । ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ନିଷ୍ପତି ହୋଇଛି । ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ କରାଯିବ । କରୋନା କଟକଣା ପାଇଁ ୬ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି କିଛି ପର୍ଯ୍ୟଟନସ୍ଥଳୀ ଏବଂ ମନ୍ଦିର । ହେଲେ କୋଭିଡ଼ ୧୯କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପର୍ଯ୍ୟଟକମାନଙ୍କ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।