୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ସବୁଜ ସଙ୍କେତ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ୪ଟି ବିଭାଗର ମୋଟ ୮ଟି ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଙ୍କେତ ମିଳିଛି । ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ହାଇସ୍କୁଲ୍ ଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବ ପଂଚାୟତକୁ ହସ୍ତାନ୍ତର କରାଯାଇଛି । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ ଆଧାରରେ ଏହାକୁ ଅନୁମୋଦନ କରିଛି କ୍ୟାବିନେଟ ।

ସେହିପରି ହଜ୍ କମିଟିକୁ ଭୁବନେଶ୍ବରରେ ୦.୨୨ ଡେସିମିଲ୍ ଜମି ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ କୌଣସି ଷ୍ଟାମ୍ପ ଡ୍ୟୁଟି ଲାଗୁ ହେବ ନାହିଁ । ଡ୍ରେନେଜ୍ ଉନ୍ନତିକରଣ ଓ କେନାଲ୍ ମରାମତି ସମ୍ପର୍କୀୟ ଦୁଇଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

ଅଚଳ ପଡିଥିବା ଉଠା ଜଳସେଚନ ପଏଂଟ ଗୁଡ଼ିକର ପୁନରୁଦ୍ଧାରକୁ ମଧ୍ୟ ମିଳିଛି ଅନୁମୋଦନ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନୁଷ୍ଠାନ ଗୁଡ଼ିକୁ ଓଡ଼ିଶାରେ ଡାକ୍ତରଖାନା ଓ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନୂଆ ଗାଇଡ୍‌ଲାଇନ୍ ପ୍ରସ୍ତୁତ ହୋଇଛି । ଏହି ଗାଇଡଲାଇନ୍‌କୁ କ୍ୟାବିନେଟ ଅନୁମୋଦନ ଦେଇଛି ।