ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ: ରାଷ୍ଟ୍ରପତି

ବାଣୀବିହାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଆଜି ବାଣୀବିହାର ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉଦଯାପନୀ ଉତ୍ସବ । ଏହି ଅବସରରେ ରାଷ୍ଟପତି ରାମନାଥ କୋବିନ୍ଦ ଯୋଗ ଦେଇ ସ୍ୱତନ୍ତ୍ର ସ୍ମରଣିକା ଉନ୍ମୋଚିତ କରିଛନ୍ତି । ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । 

 

ବାଣୀବିହାର ପ୍ଲାଟିନମ ଜୁବୁଲି ସମାରୋହରେ ନିଜ ବକ୍ତବ୍ୟ ରଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଛନ୍ତି ଯେ, ଓଡ଼ିଶା ସାରା ରାଜ୍ୟକୁ ଶାନ୍ତିର ବାର୍ତ୍ତା ଦେଇଛି । ଏହି ଭୂଖଣ୍ଡରେ ଛିଡ଼ାହୋଇ ସେ ନିଜକୁ ଭାଗ୍ୟବାନ ମଣୁଥିବା କହିଛନ୍ତି । ୭୫ ବର୍ଷ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି । ଏହି ବିଶ୍ୱ ବିଦ୍ୟାଳୟର ବହୁ ଛାତ୍ର ଦେଶକୁ ଗୈାରବାନ୍ୱିତ କରିଛନ୍ତି । ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ । ୫,୭ ବର୍ଷ ଭିତରେ ଏହା ଦେଶର ପ୍ରମୁଖ ଶିକ୍ଷାକ୍ଷେତ୍ର ହେବା ଆଶା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

ବାଣୀ ବିହାରରୁ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିନ ପ୍ରାୟ ୧ଟା ୪୫ରେ ରାଜଭବନକୁ ଫେରିଯିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ ଭବନରେ ବିଶ୍ରାମ ନେଇ ପୁଣିସନ୍ଧ୍ୟା ୫ଟା ୨୦ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା କାର‌୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ୱରେ ରହିଛନ୍ତି ।