ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ଇଡିର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପଂଜାବ ନ୍ୟାସନା ବ୍ୟାଙ୍କ(ପିଏନ୍‌ବି)ରୁ ୩୪ କୋଟି ଟଙ୍କା ଠକେଇ ମାମଲାର ଖୋଲତାଡ କରିବ ଇଡି । ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି ।

ଗ୍ଲୋବାଲ ଟ୍ରେଡିଂ ସେଲ୍ୟୁସନ ଲିମିଟେଡ଼ ନାମରେ ବ୍ୟାଙ୍କ ରୁ ୩୨କୋଟି ଟଙ୍କା ଚଂଚକତା କରି ଋଣ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶଳୟ ମାମଲା ରୁଜୁ କରିଛି । ଋଣ ନେବାରେ ସହଯ୍ୟ କରିଥିବା ପିଏନବୀ ଏକାଧିକ କର୍ତ୍ତୃପକ୍ଷଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଟ୍ରେଡିଂ କମ୍ପାନିର ମାଲିକ ଅବିନାଶ ମହାନ୍ତି ଉକ୍ତ ଟଙ୍କା ନେଇ ନିଜର ବିଭିନ୍ନ କମ୍ପାନୀକୁ ଟ୍ରନସଫର କରିଥିଲେ । ସେପଟେ ପୂର୍ବରୁ ଏହି ମାମଲାର ଭୁବନେଶ୍ୱର ସିବିଆଇ ତଦନ୍ତ କରୁଛି ।