ପୁଣି ସୁସ୍ଥ ହେଲେ ୧୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୪୦ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି ।  ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ୨୧୩୩ଜଣ ବ୍ୟକ୍ତି କରୋନା ମୁକ୍ତ ହୋଇଛନ୍ତି।  ସୁସ୍ଥ ହୋଇଥିବା ୧୪୦ ଜଣଙ୍କ ମଧ୍ୟରେ କଟକରୁ ୨୪ଜଣ, ଗଞ୍ଜାମରୁ ୨୨ଜଣ, ନୂଆପଡାରୁ ୨୧ଜଣ, ଯାଜପୁରରୁ ୧୧ଜଣ, ଖୋର୍ଦ୍ଧାରୁ ୧୧ଜଣ, ଜଗତସିଂହପୁରରୁ ୧୧ଜଣ, ସୁନ୍ଦରଗଡରୁ ୮ଜଣ, ବଲାଙ୍ଗୀର ଓ ଭଦ୍ରକରୁ ୭ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳରୁ ୫ଜଣ ସୁସ୍ଥ ହୋଇଛନ୍ତି ।  ଏହା ସହ ବରଗଡ଼, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଓ ପୁରୀରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।  ସମସ୍ତଙ୍କର ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୩୩କୁ ବୃଦ୍ଧି ପାଇଥିବା ଜଣାପଡିଛି ।