ମହାରାଷ୍ଟ୍ର: ବିଧାନସଭା ବାଚସ୍ପତି ହେଲେ କଂଗ୍ରେସ ନେତା ନାନା ପାଟୋଲ

ମୁମ୍ଵାଇ:କଂଗ୍ରେସ ନେତା ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ନିର୍ଦ୍ଵନ୍ଦରେ ବାଚସ୍ପତି ବାବେ ନିର୍ବାଚିତ ହୋଇଛନ୍ତି। କାରଣ ବିଜେପି ପ୍ରାର୍ଥୀ କିଶନ କଥୋରେ ଆଜି ତାଙ୍କର ନାମାଙ୍କନ ପତ୍ର ଫେରେଇ ନେଇଛନ୍ତି। ନାମାଙ୍କନ ପତ୍ର ଫେରେଇ ନେବାର ସମୟସୀମା ଆଜି ସକାଳ ୧୦ଟା ଯାଏଁ ଥିଲା।  କଂଗ୍ରେସ-ଶିବସେନା-ଏନସିପିର ମହାମେଣ୍ଟ ସରକାର ମହା ବିକାଶ ଅଘାଡି ବିଧାନସଭା ବାଚସ୍ପତି ପାଇଁ ନାନା ପାଟୋଲଙ୍କ ନାମ ଘୋଷଣା କରିଥିଲା। ପାଟୋଲ ସାକୋଲି ବିଧାନସଭା ଆସନରୁ ପ୍ରତିନିଧିତ୍ଵ କରୁଛନ୍ତି।     

 

ଏନସିପି ନେତା ଛଗନ ବିଧାନସଭା ବାଚସ୍ପତି ନିର୍ବାଚନକୁ ନେଇ କହିଛନ୍ତି ଯେ, ବିଜେପି ପ୍ରଥମେ ବିଧାନସଭା ବାଚସ୍ପତି ପଦ ପାଇଁ ଆବେଦନ କରିଥିଲା। ପରେ ଅନ୍ୟ ବିଧାୟକଙ୍କ ଅନୁରୋଧ କ୍ରମେ ଏବଂ ବିଧାନସଭାର ଗରିମା ରକ୍ଷା କରିବା ପାଇଁ ସେ ତାଙ୍କର ପ୍ରାର୍ଥୀପତ୍ର ଫେରେଇ ନେଇଛନ୍ତି। ଏବେ ବିଧାନସଭା ଅଧ୍ୟକ୍ଷ ନିର୍ବାଚନ ନିର୍ବିରୋଧୀ ହେବ। କଂଗ୍ରେସ ନେତା ନାନା ପଟୋଲେ ମହା ବିକାଶ ଅଘାଡି ପକ୍ଷରୁ ବିଧାନସଭା ବାଚସ୍ପତି ବାବେ ନିର୍ବାଚିତ ହେବେ।

ଏନେଇ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ବିଜେପି ଗତକାଲି କିସାନ କଠୋରେର ମହାରାଷ୍ଟ୍ରର ବିଧାନସଭା ଅଧ୍ୟକ୍ଷ ପଦ ପାଇଁ ନାମିତ କରିଥିଲେ। ପରେ ବିଧାୟକଙ୍କ ଅନୁରୋଧ କ୍ରମେ କଠୋରେର ପ୍ରାର୍ଥୀପତ୍ର ଫେରସ୍ତ ନେଇଥିଲେ।