ଇ୫ ବିଜନେସ୍ ସଲ୍ଯୁସନ୍ସ ପକ୍ଷରୁ “ନୂତନ କ୍ରୁଷି ବିଲ ଏକ ଆଲୋଚନା”

ନୂଆଦିଲ୍ଲୀ: ସଂସଦରେ ଐତିହାସିକ କ୍ରୁଷି ବିଲ ପାରିତ ହେବା ପରେ ସାରା ଦେଶରେ ଚର୍ଚ୍ଚା ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଇ୫ ବିଜନେସ୍ ସଲ୍ଯୁସନ୍ସ ପକ୍ଷରୁ “ନୂତନ କ୍ରୁଷି ବିଲ ଏକ ଆଲୋଚନା” ଓ୍ବେବ ସଂଗୋଷ୍ଠୀ ର ଆୟୋଜନ କରାଯାଇଛି ।ଏଥିରେ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ସଂପାଦକ ମୋହିନୀ ମୋହନ ମିଶ୍ର  ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଲଣ୍ଡନ ନିବାସୀ ଡ. ମନୋଜ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଣ୍ଡି ରେ ଦଲାଲି ମାନଙ୍କ ପ୍ରଭାବ ହ୍ରାସ କରିବ। ଭାରତରେ ଟେକ୍ନୋଲୋଜି ର ଉପଯୋଗ କରି କ୍ରୁଷି କୁ ଉନ୍ନତ କରିବା ପାଇଁ ଏହି ବିଲରେ ପ୍ରାଧାନ୍ଯ ଦିଆଯାଇଥିବା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଡ. ମନୋଜ ଦୋରା କହିଛନ୍ତି।

discussion-on-new-agriculture-bill

ସେହିପରି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଶ୍ରୀ ମୋହିନୀ ମୋହନ ମିଶ୍ର ଏହି ବିଲ୍ ରେ ଥିବା ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ବିଲ୍ ଚାଷୀକୁ ଯେକୌଣସି ଦେଶରେ କିମ୍ବା ରାଜ୍ଯ ଭିତରେ ଫସଲ ବିକ୍ରି କରିବା ପାଇଁ ସୁବିଧା ଦେଉଛି ତଥାପି ପେମେଂଟ ର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ଦେବା ଆବଶ୍ଯକ ବୋଲି କହିଥିଲେ। ଏହି ଓ୍ବେବିନାର ରେ ବହୁ କ୍ରୁଷି ବିଶେଷଜ୍ଞ,ଯୁବ ଚାଷୀ ତଥା ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ପ୍ରଶ୍ନୋତ୍ତର କାର୍ୟ୍ଯ ହୋଇଥିଲା।ଏହି କାର୍ୟ୍ଯକ୍ରମକୁ ସଂସ୍ଥାର ମାନେଜିଂ ଟ୍ରଷ୍ଟି ପ୍ରବୀଣ ପାଢୀ ସଂଯୋଜନା କରିଥିଲେ। ଟ୍ରଷ୍ଟି ସୁଜାତା ସାବତ ପାଢୀ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।