ଅକ୍ଟୋବର ୫ ଯାଏଁ ବନ୍ଦ ରହିବ ଦିଲ୍ଲୀର ସମସ୍ତ ସ୍କୁଲ

ନୂଆଦିଲ୍ଳୀ : ଆସନ୍ତା ମାସର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ୫ ତାରିଖ ପୂର୍ବରୁ ସ୍କୁଲ ଖୋଲିବ ନାହିଁ ତେଣୁ ପୂର୍ବ ପରି ସମସ୍ତ କ୍ଲାସ ଅନଲାଇନରେ କରାଯିବ ବୋଲି ଜଣାପଡିଛି । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଆଂଶିକ ଭାବେ ଖୋଲାଯାଉଥିବା ନେଇ ଗୁଜବ ସୃଷ୍ଟି ହେବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅନଲକ୍ ୪.୦ରେ ସେପ୍ଟେମ୍ବର ୩୦ ପରେ ସ୍କୁଲ ଖୋଲାଯାଇ ପାରିବ ଏବଂ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ସ୍କୁଲ ଯାଇପାରିବେ । ଏହାକୁ ନେଇ ଗୁଜବ ସୃଷ୍ଟି ହେବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ।