ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୬କୁ ବୃଦ୍ଧି

ନୂଆଦିଲ୍ଲୀ: ଧିରେ ଧିରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ମୋଟ ୩୯୬ କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ଜଣ ବିଦେଶୀ ଥିବା ଜଣାପଡିଛି ।

ମୋଟ ୨୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟରୁ ସୂଚନା ମିଳିଥିଲା । ସମଗ୍ର ଦେଶ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କେରଳ ରହିଛି । ରବିବାର ୬ଟା ୩୦ ମିନିଟ ବେଳକୁ ମୋଟ ୩୯୬ଟି ମାମଲା ସାମ୍ନାକୁ ଆସିଛି । ଏମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।