ରାଜ୍ୟରେ ୨ଜଣ ହେଲେ ସୁସ୍ଥ ଓ ଜଣେ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ୨ ଜଣ କରୋନା ସୁସ୍ଥ ହୋଇଥିବାବେଳେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ୨ଜଣ ସୁସ୍ଥ ହୋଇଥିବା ନେଇ କିଛି ସମୟ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଥିବାବେଳେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି । ବର୍ତମାନ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି କୁହାଯାଉଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଂଚିଲା ।