ଏଥର ମହିଳାମାନଙ୍କୁ ସୁରକ୍ଷା ଦେବେ ଏସପିଓ ଟିମ୍

ଭୁବନେଶ୍ୱର: ଏଣିକି ମହିଳାମାନଙ୍କୁ ସୁରକ୍ଷା ଦେବେ ସ୍ପେଶାଲ ପୋଲିସ ଅଫିସର(ଏସପିଓ) ଟିମ୍ । ତେବେ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ରୋକିବା ପାଇଁ ଏହି ଟିମ୍ ଗଠନ କରାଯାଇଛି । ଏଥିସହ ଝିଅ ମାନଙ୍କୁ କମେଂଟ୍ କଲେ ଏହି ଟିମ୍ କରିବେ ସାବାଡ । ଆବଶ୍ୟକ ପଡିଲେ ମଧ୍ୟ ଗିରଫ କରିପାରନ୍ତି ଏହି ଟିମ୍ ।

ସାଧାରଣ ମହିଳାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଗଠନ କରାଯାଇଛି ଏସପିଓ ଟିମ । ଏହି ଟିମରେ ୨୫୦ରୁ ଅଧିକ ମହିଳା ଯୋଗ ଦେଇଛନ୍ତି । ଜଣେ ପୋଲିସ କର୍ମଚାରୀଙ୍କ ଭଳି କ୍ଷମତା ରହିବ ଏସପିଓ ଟିମ ପାଖରେ । ଆବଶ୍ୟକ ପଡ଼ିଲେ ଏସପିଓମାନେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିପାରିବେ । କଟକ ଓ ଭୁବନେଶ୍ୱରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଇଟି, କଲ ସେଂଟର ଓ କଲେଜର ଯୁବତୀ ଏଥିରେ ରହିଛନ୍ତି । କାହାକୁ ସୁରକ୍ଷା ଦରକାର, କେଉଁଠି ନାରୀ ଉପରେ ଅତ୍ୟାଚାର ହେଉଛି । ତା ଉପରେ ନଜର ରଖିବେ ଏସପିଓ । ଏସପିଓମାନଙ୍କୁ ପଚିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଛି । ମିହିଳା ଶସକ୍ତିକରଣ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି ।

ଆଜି ପୋଲିସ କମିଶନରେଟର ୧୨ତମ ପ୍ରତିଷ୍ଠା ଦିବସ । ଏହି ଅବସରେ ଏସପିଓମାନଙ୍କୁ ନେଇ ଟିମ ଗଠନ କରି ପ୍ରଥମେ ୩ମାସ ପାଇଁ ନିଯୁକ୍ତି ଦିଆଯାଇଛି । ପରବର୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିବ । କିନ୍ତୁ ଅବୈତନିକ ଭାବେ କାର୍ଯ୍ୟରେ ସହଯୋଗ କରିବେ ଏସପିଓ । ରୋଡ଼ ରୋମିଓଙ୍କୁ ସାବାଡ଼ କରିବେ ଏସପିଓ । ଯଦି କେହି କମେଂଟ୍ ମାରୁଥିବା ନଜରକୁ ଆସେ ତାକୁ ନୋଟିସ କରାଯିବ । ସେ ଉତ୍ତର ଦେବେ । ଯଦି ତାଙ୍କ ଉତର ସନ୍ତୋଷଜନକ ନ ହୁଏ ତେବେ ତାଙ୍କୁ ଯେଉଁ ଯାଗାରେ ସେ କମେଂଟ୍ କରୁଥିଲେ ସେଠାକୁ ବର୍ଷେ ଯାଏଁ ନ ଆସିବାକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।