ଅତାବିରା ବ୍ଲକ କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା,ଚାଷୀବିଲକୁ ବିରୋଧ

ବରଗଡ଼ : କୃଷି ବିଲ୍‌କୁ ନେଇ ସାରାଦେଶରେ ବିରୋଧର ସ୍ୱର ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ବିରୋଧର ତାତି ବଢ଼ି ଚାଲିଛି। ଶୁକ୍ରବାର ଜିଲାର ଚାଷୀ ପ୍ରତିନିଧିମାନେ ସଂଗଠିତ ହୋଇ ବରଗଡ଼ ଗାନ୍ଧୀଛକରେ ରାସ୍ତାକୁ ଓଲ୍ହାଇଥିଲେ ଥିଲେ ।

12hrs dharmaghata

ଆଜି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ କଂଗ୍ରେସ ତରଫରୁ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅତାବିରା ବ୍ଲକ ବନ୍ଦ ଡାକରା ଦିଆଯାଇଛି ଏହି ପରିପ୍ରେକ୍ଷୀରେ ଅତାବିରା ଅଂଚଳ ର ସମସ୍ତ ଦୋକାନ ବଜାର ,ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ଲକ, ତହସିଲ, ବିଜ୍ଞାପତ ଅଂଚଳ ପରିଷଦ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦିକୁ ବନ୍ଦ କରାଯାଇଛି। ଏଥିରେ ସମସ୍ତ ଜରୁରୀ କାଳିନ ସେବା ଗୁଡିକୁ ବାଦ ଦିଆଯାଇ ଥିବାବେଳେ ରାସ୍ତା ଅବରୋଧ କରାଯାଇନାହିଁ।

12hrs dharmaghata

କୃଷି ବିଲ୍‌ ଦ୍ୱାରା ଚାଷୀଙ୍କ ସ୍ୱାର୍ଥ ସୁରକ୍ଷିତ ନୁହେଁ। ଏହାଦ୍ୱାରା ସମଗ୍ର କୃଷିକ୍ଷେତ୍ର କମ୍ପାନୀ ହାତକୁ ଚାଲିଯିବ ଏବଂ ଚାଷୀମାନେ ପୂର୍ବାପେକ୍ଷା ଅଧିକ ଶୋଷିତ ହେବେ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି । ଚାଷୀଙ୍କ ପ୍ରତି ସରକାରଙ୍କ ଏଭଳି ବୈମାତୃକ ମନୋଭାବ ପ୍ରତିବାଦରେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ।