ଏପ୍ରିଲ ୧୦ ତାରିଖ ରବିବାରଠାରୁ ସମସ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । ଘରୋଇ ଟିକାକରଣ କେନ୍ଦ୍ରରେ ମିଳିପାରିବ ବୁଷ୍ଟର ଡୋଜ୍ । ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ପାଇଁ କୋଭିଡ ଟିକାର ୩ୟ ଖୁରାକ୍ ଅର୍ଥାତ ବୁଷ୍ଟର ଡୋଜ ଦିଆଯିବ । ଶୁକ୍ରବାର କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ଯେଉଁମାନେ ୧୮ ବର୍ଷରୁ ଅଧିକ ଏବଂ ଦ୍ୱିତୀୟ ଡୋଜର ନେବାର ୯ ମାସ ହୋଇଯାଇଛି ସେମାନେ ବୁଷ୍ଟର ଡୋଜ ନେଇପାରିବେ । ଏହା ସମସ୍ତ ଘରୋଇ ଟୀକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।
ସେହିପରି ସରକାରୀ ଟୀକାକରଣ କେନ୍ଦ୍ର ମାଧ୍ୟମରେ ଚାଲିଥିବା ମାଗଣା ଟୀକାକରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ଜମସଂଖ୍ୟା ପାଇଁ ସତକର୍ତା ଅବଲମ୍ବନ ଜାରି ରହିବ ।