ଧାରଣାରେ ବସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନାର ଚାଷୀମାନଙ୍କ ଠାରୁ ଧାନ କିଣନ୍ତୁ କେନ୍ଦ୍ର ସରକାର । ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଠାରୁ ଧାନ କିଣା ପ୍ରସଙ୍ଗକୁ ନେଇ ଧାରଣାରେ ବସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ଶ୍ରୀ ରାଓ କେନ୍ଦ୍ର ସରକାରଙ୍କୁ ୨୪ ଘଂଟାଂର ସମୟ ଦେଇ କହିଛନ୍ତି, କେନ୍ଦ୍ର ସରକାର ତେଲେଙ୍ଗାନା ଚାଷିଙ୍କ ଠାରୁ ଧାନ କିଣନ୍ତୁ ।

ନ ହେଲେ ଆମ ନିଷ୍ପତି ଆମେ ନେବୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ସିଧା ସଳଖ ଟାର୍ଗେଟ କରିଛନ୍ତି କେସିଆର । ସେ କହିଛନ୍ତି ଯଦି ମୋଦୀଙ୍କ ପାଖରେ ସାହାସ ଅଛିି ମତେ ଗିରଫ କରିକି ଦେଖାନ୍ତୁ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।