ଏବେ ଏଟିଏମରୁ ଟଙ୍କା ଉଠାଣ ସହଜ ହେବ । ଆଉ ଏଟିଏମ୍ କାର୍ଡ ବ୍ୟବହାର ନକରି ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଇ ହେବ । ପୂର୍ବରୁ କିଛି ବ୍ୟାଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ଏବେ ସାରା ଦେଶରେ ସବୁ ଏଟିଏମରେ ଏଭଳି ସୁବିଧା ମିଳିବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଆରବିଆଇ ।
ଆଗକୁ ଏଟିଏମକୁ ଟଙ୍କା ଉଠାଇବାକୁ ଗଲାବେଳେ ଆଉ କାର୍ଡ଼ ନେବାକୁ ପଡ଼ିବ ନାହିଁ । କାରଣ ବିନା କାର୍ଡ଼ରେ ବି ଆପଣ ଏଟିଏମରୁ ଟଙ୍କା ଉଠାଇପାରିବେ । ଏବେ ସାରା ଦେଶରେ ଏପରି ବ୍ୟବସ୍ଥା କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।
ଏବେ ସହଜ ହେବ ଏଟିଏମରୁ ଟଙ୍କା ଉଠାଣ । ବିନା କାର୍ଡ଼ରେ ବି ଏଟିଏମରୁ ଉଠାଇପାରିବେ ଟଙ୍କା । ରିଜର୍ଭ ବ୍ୟାଙ୍କର ତିନି ଦିନିଆ ମନିଟାରି ପଲିସି କମିଟି ବୈଠକ ପରେ ଏଟିଏମ ପ୍ରସଙ୍ଗରେ ଏକ ବଡ଼ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି ଯେ, ଏବେ ଦେଶର ସବୁ ଏଟିଏମରୁ କିପରି ବିନା କାର୍ଡରେ ଗ୍ରାହକ ଟଙ୍କା ଉଠାଇବେ, ସେଥିପାଇଁ ଯୋଜନା କରାଯାଉଛି । ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ଜରିଆରେ ଏହି ସୁବିଧା ମିଳିପାରିବ । ଏବେ ମାତ୍ର କିଛି ବ୍ୟାଙ୍କ ଏଟିଏମରେ କିଛି କଟକଣା ସହ ଏହି ସୁବିଧା ମିଳୁଛି ।
କାର୍ଡଲେସ୍ ଟ୍ରାଞ୍ଜାକସନ୍ କ’ଣ ?
ଏହି ପ୍ରକ୍ରିୟାରେ ବିନା ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ବ୍ୟବହାର କରି ଏଟିଏମରୁ ଟଙ୍କା ଉଠାଇପାରିବେ
ମୋବାଇଲ ଫୋନ ବ୍ୟବହାର କରି ଟଙ୍କା ଉଠାଇ ହେବ
ଏଥିପାଇଁ ମୋବାଇଲରେ ବ୍ୟାଙ୍କିଙ୍ଗ ଆପ୍ ବ୍ୟବହାର କରିବାକୁ ପଡ଼ିବ
ଏଠାରୁ ଟଙ୍କା ଉଠାଇବା ପାଇଁ ଏକ ଅନୁରୋଧ ପଠାଇବାକୁ ହେବ
ଏହା ପରେ ବ୍ୟାଙ୍କ ତରଫରୁ ଆପଣଙ୍କୁ ଏକ କୋଡ୍ ଆସିବ
ଏହି କୋଡକୁ ବ୍ୟବହାର କରି ଆପଣ ଏଟିଏମରୁ ଟଙ୍କା ଉଠାଇ ପାରିବେ
ୟୁପିଆଇ ବ୍ୟବହାର କରି ଏହି ଟଙ୍କା ଉଠାଇ ହେବ
ଏବେ କିଛି ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ଅଛି
ହେଲେ ଏଥିରେ ୧୦ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ଏହି ପ୍ରକ୍ରିୟାରେ ଟଙ୍କା ଉଠାଇ ପାରିବେ