ବଦଳିବ ‘ରୁଚି ସୋୟା’ର ନାମ, ହେବ ‘ପତଞ୍ଜଳି ଫୁର୍ଡସ’

ଯୋଗଗୁରୁ ବାବା ରାମଦେବଙ୍କ ମାଲିକାନାରେ ଥିବା ହରିଦ୍ୱାରସ୍ଥିତ ପତଞ୍ଜଳି ଗ୍ରୁପର ଫାର୍ମ ରୁଚି ସୋୟା ତରଫରୁ ଘୋଷଣା କରାଯାଇଛିକି ତାହାର ନିର୍ଦ୍ଦେଶକ ମଣ୍ଡଳୀ ମୂଳ କମ୍ପାନୀର ନାଁ ପରିବର୍ତ୍ତନ କରି ପତଞ୍ଜଳି ଫୁର୍ଡସ କରିବା ନେଇ ଥିବା ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏହି ଫଇସଲା କମ୍ପାନୀର ସାର୍ବଜନିକ ସେୟାର ନିଗମ ବା (ଏଫପିଓ)ର ଏପ୍ରିଲ ୮ ତାରିଖରେ ସୁଚିବଦ୍ଧ ହେବାର ତୁରନ୍ତ ପରେ ଶୁଣାଯାଇଛି । ଏଫପିଓରୁ କମ୍ପାନୀ ପାଖାପାଖି ୪୩ ହଜାର ଟଙ୍କା ଆଦାୟ କରିଥିବା ନେଇ ଜଣାଯାଇଛି ।

କମ୍ପାନୀ ତରଫରୁ ସେୟାର ବଜାରକୁ ସ୍ପଷ୍ଟୀକରଣ ଦିଆଯାଇଛିକି “ରୁଚି ସୋୟା”ର ନିର୍ଦ୍ଦେଶକମଣ୍ଡଳୀ କମ୍ପାନୀର ନାଁ ବଦଳାଇ ପତଞ୍ଜଳି ଫୁର୍ଡସ ଲିମିଟେଡ଼ ଅଥବା ମହାରାଷ୍ଟ୍ରର ମୁମ୍ବାଇସ୍ଥିତ କମ୍ପାନୀ ମାନଙ୍କ ପଞ୍ଜିୟକଙ୍କ ଦ୍ୱାରା ଉପଲବ୍ଧ କରାଯାଇଥିବା ଅନ୍ୟ କୌଣସି ନାଁ ରଖିପାରନ୍ତି । ଏନେଇ କମ୍ପାନୀକୁ ଅନ୍ୟକୌଣସି ସୂତ୍ରରୁ ସ୍ୱୀକୃତି ମଧ୍ୟ ମିଳିପାରେ । ରୁଚି ସୋୟାର ନିର୍ଦ୍ଦେଶକ ମଣ୍ଡଳୀ ତରଫରୁ ଏପ୍ରିଲ ୧୦ ତାରିଖରେ ଆୟୋଜିତ ହୋଇଥିବା ବୈଠକରେ ପତଞ୍ଜଳି ଆୟୁର୍ବେଦର ଖାଦ୍ୟ ଉତ୍ପାଦ ବ୍ୟବସାୟ ସହ ରୁଚି ସୋୟା ଅଂଶୀଦାର ହୋଇ ବ୍ୟବସାୟ କରିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି ।

କମ୍ପାନୀ ପକ୍ଷରୁ ଏପ୍ରିଲ ୮ ତାରିଖରେ କୁହାଯାଇଛିକି ସେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୨୯୨୫ କୋଟି ଟଙ୍କାର ଋଣ ଫେରସ୍ତ ଦିଆଯାଇଛି । ଆଉ ଏକ ପ୍ରକାର ଦେଖିବାକୁ ଗଲେ ଏବେ ସେ ସମ୍ପୂର୍ଣ୍ଣ ରୂପେ ଋଣ ମୁକ୍ତ ଅଛି । ସୂଚନା ଦେବା ଉଚିତ ହେବକି ମୁମ୍ବଈ ସେୟାର ବଜାରରେ ସୋମବାର ରୁଚି ସୋୟାର ସେୟାର ୯୭୫.୧୦ ଟଙ୍କା ପଖାପାଖି ଚାଲୁ ରହିଥିଲା ।

ରୁଚି ସୋୟାର ସେୟାର ମୂଲ୍ୟ ୫.୫୭ ପ୍ରତିଶତ କିମ୍ବା ୫୧.୫୦ ପଏଣ୍ଟ ବୃଦ୍ଧିପାଇ ୯୭୬.୩୫ ଟଙ୍କାରେ ପହଂଚିଛି । କମ୍ପାନୀ ପକ୍ଷରୁ ସମସ୍ତ ଋଣ ସୁଝାଯିବା ନେଇ ଘୋଷିତ ହେବା ପରେ ସେୟାର ମାର୍କେଟରେ କମ୍ପାନୀର ଭାଗ କିଛିଟା ବୃଦ୍ଧିପାଇଛି ।