ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା

ପୁଣି ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ଜେଇ ଆଡଭାନ୍ସଡ୍ -୨୦୨୨ ପରୀକ୍ଷା ଅଗଷ୍ଟ ୨୮ ତାରିଖକୁ ଘୁଞ୍ଚିଛି । ଅଗଷ୍ଟ ୨୮ ତାରିଖରେ ଦୁଇଟି ସିଟିଂରେ ହେବ ପରୀକ୍ଷା । ପୂର୍ବରୁ ଜୁଲାଇ ୩ରେ ଏହି ପରୀକ୍ଷା ହେବାକୁ ସ୍ଥିର ହୋଇଥିଲା ।ଜେଇଇ ଆଡଭାନ୍ସଡ୍ ୨୦୨୩ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆବେଦନ ଶୁଳ୍କ ଦେବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୨ ତାରିଖ ରହିଛି । ଜେଇଇ ଆଡଭାନ୍ସଡ୍ ପାଇଁ ପରୀକ୍ଷାର୍ଥୀ ମାନେ ଅଗଷ୍ଟ ୨୩ ରୁ ୨୮ ପର୍ଯ୍ୟନ୍ତ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଅଫିସିଆଲ୍ ୱେବସାଇଟ୍ jeeadv.ac.inରେ ଏହା ଉପଲବ୍ଧ ହେବ ।

ସକାଳ ଏବଂ ଅପରାହ୍ନ ୨ଟି ସ୍ପିପ୍ଟରେ ପରୀକ୍ଷା ହେବ । ପ୍ରଥମ ପେପର ସକାଳ ୯ରୁ ପୂର୍ବାହ୍ନ ୧୨ ଓ ଦ୍ବିତୀୟ ପେପର ଅପରାହ୍ନ ୨.୩୦ରୁ ୫.୩୦ ଯାଏଁ ହେବ । ପରୀକ୍ଷା ଫଳ ସେପ୍ଟେମ୍ବର ୧୧ ରେ ପ୍ରକାଶ ପାଇବ। ରେଜଲ୍ଟର ପ୍ରୋଭିଜନାଲ ଉତ୍ତର ସିଟ ସେପ୍ଟେମ୍ବର ୩ରୁ ୪ ଭିତରେ ଉପଲବ୍ଧ ହେବ ।