ଆଜିଠୁ କଟକରେ ଜୋମାଟୋ ଆରମ୍ଭ କଲା ମଦ ହୋମ୍ ଡେଲିଭରି

କଟକ: ଆଜିଠୁ କଟକରେ ଜୋମାଟୋ ଆରମ୍ଭ କଲା ମଦର ହୋମ୍ ଡେଲିଭରି । ଏହା ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ୍ ଡେଲିଭରି ଦେଉଥିବାବେଳେ ଏବେ ଜୋମାଟୋ ମଧ୍ୟ ହୋମ୍ ଡେଲିଭରି ଆରମ୍ଭ କରିଛି। ତେବେ ପୂର୍ବରୁ ଅନ୍ୟ ସଂସ୍ଥା ଜରିଆରେ ମଦ ଡେଲିଭରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରୁଥିଲେ । ମାତ୍ର ଜୋମାଟୋ ଏବଂ ମଦ ଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ହେବା ପରେ ମଦ ହୋମ୍ ଡେଲିଭରି ଆରମ୍ଭ କରିଛି ଜୋମାଟୋ । ଆଜି ସକାଳ ୭ଟାରୁ ଅନ୍ଲାଇନ୍ ଅର୍ଡର ପରେ ୧ଟା ପରେ ହୋମ୍ ଡେଲିଭରି ଆରମ୍ଭ ହୋଇଛି । ଦେଶ ସମେତ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଥିବା ବେଳେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ହେଲେ ଅତ୍ୟନ୍ତ ଗହଳିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦ ହୋମ୍ ଡେଲିଭରି ପାଇଁ ଘୋଷଣା କରିଥିଲେ ।