ଜିରୋ ନାଇଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆସୁଛି ନୂଆବର୍ଷ। ନୂଆବର୍ଷ ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ସ୍ମାର୍ଟସିଟିରେ ଆରମ୍ଭ ହୋଇଛିସାରିଛି  ପ୍ରସ୍ତୁତି । ଜିରୋ ନାଇଟ ସେଲିବ୍ରେସନରେ ଯେପରି କୈାଣସି ସମସ୍ୟ ନ ହୁଏ; ସେଥିପାଇଁ କମିଶନରେଟ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । 

 

ବଡ ବଡ ହୋଟେଲରୁ ଆରମ୍ଭ କରି ଇଭେଣ୍ଟ ସଂସ୍ଥାରେ  ଏବେଠୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇସାରିଛି। ନୂଆବର୍ଷରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପାଇଁ ଅଧିକ ଧ୍ୟାନ ଦେଇଛି କମିଶନରେଟ ପୋଲିସ । ବିଳମ୍ବିତ ରାତିରେ  ବାଣ ଫୁଟା, ନାଚ ଗୀତ ଉପରେ ମଧ୍ୟ କଟକଣା ରହିଛି। ଜିରୋ ନାଇଟ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ରହିବ । ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ବିଶେଷ କରି ହେଟେଲ ଗୁଡ଼ିକ ଉପରେ କଡ଼ା ନଜର ରଖାଯିବ ।

ନୂଆବର୍ଷ ସେଲିବ୍ରେସନ ବେଳେ ଯୁବପିଢିଙ୍କ ମଧ୍ୟରେ ସାମାନ୍ୟ କାରଣରୁ ଗଣ୍ଡଗୋଳ ହେବାର ଆଶଙ୍କା ରହିଥାଏ। ଜିରୋ ନାଇଟରେ ରାସ୍ତା ଉପରେ ବୁଲି ମଜାମସ୍ତି କରିବା ଆଦି ଦ୍ୱାରା ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହୋଇପାରେ । କିଛି ଯୁବକ ନିଶାଶକ୍ତ ଅବସ୍ଥାରେ ମଧ୍ୟ ରାସ୍ତାରେ କିଛି ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଏହିସବୁ ଧ୍ୟାନରେ ରଖିବ କମିଶନରେଟ ପୋଲିସ ।ରାଜଧାନୀର କିଛି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି । ସେହିସବୁ ସ୍ଥାନରେ ଜିରୋ ନାଇଟରେ ପୋଲିସ ପକ୍ଷରୁ ବ୍ରିଦିଂ ଆନାଲାଇଜର ସହଯୋଗରେ ବ୍ଲକି˚ ଓ ଚେକିଂ କରାଯିବ।