ନିର୍ବାଚନ ଲଢ଼ିବେ ନାହିଁ ଯୁବରାଜ ଓ ଗୌତମ ଗମ୍ଭୀର

ନିର୍ବାଚନ ଲଢ଼ିବେ ନାହିଁ ଯୁବରାଜ ଓ ବିଜେପି ସାଂସଦ ଗୌତମ ଗମ୍ଭୀର । ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ଏନେଇ ସେ ନିଜେ ସ୍ପଷ୍ଟୀକରଣ ଦେଇଛନ୍ତି।ଯୁବରାଜ ସିଂହ ଟ୍ବିଟ କରି କହିଛନ୍ତି, “ମୁଁ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରୁଛି, ଗୁରୁଦାସପୁର ଆସନରୁ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ ।

ସେହିଭଳି ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବାକୁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି ଗମ୍ଭୀର । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ୍ କରି ଗମ୍ଭୀର କହିଛନ୍ତି, ମୋତେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ ଯାହାଫଳରେ ମୁଁ କ୍ରିକେଟ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିପାରିବି ।