୧୨ରେ ବାହାହେବ ସେକ୍ସି ଯୁବିକା

ନିଜର ସେକ୍ସି ଲୁକ ପାଇଁ ସବୁଠି ଚର୍ଚ୍ଚା ଥାନ୍ତି ଯୁବିକା । ଚୋଟ ପରଦା ହେଉ କି ବଡ ପରଦା, ତାଙ୍କର ଲୁକ ଓ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ଥାନ୍ତି । ହେଲେ ଏବେ ନିଜ ବାହାଘର ଲାଗି ଚର୍ଚ୍ଚାକୁ ଆସିଛନ୍ତି ଯୁବିକା । ୧୨ରେ ବାହା ହେବେ ବୋଲି ଦିନ ଧାର୍ଯ୍ୟ ବି ସରିଛି ।
ଛୋଟ ପରଦାରୁ କ୍ୟାରିୟର୍ ଆରମ୍ଭ କରିଥିବା ଯୁବିକା ଚୌଧୁରୀ ଇତିମଧ୍ୟରେ ବଲିଉଡ୍ରେ ବି ବେଶ୍ କୋତୋଟି ଫିଲ୍ମରେ ନିଜ ଜଲ୍ୱା ଦେଖାଇ ସାରିଲେଣି ।

ଏହି ଅଭିନେତ୍ରୀ କେବଳ ନିଜର ସୁନ୍ଦରତା ପାଇଁ ନୁହେଁ ବରଂ ଦମ୍ଦାର୍ ଅଭିନୟ ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ସିରିଏଲ୍ ବ୍ୟତୀତ ରିୟାଲିଟି ଶୋ’ରେ ମଧ୍ୟ ତାଙ୍କ ଅଂଶଗ୍ରହଣ ଦର୍ଶକଙ୍କ ଉକ୍ରଣ୍ଠା ବଢ଼ାଇଦିଏ । ୨୦୦୪ରେ ରିୟାଲିଟି ଶୋ’ ‘ଜି ସିନେ ଷ୍ଟାର୍ସ କି ଖୋଜ୍’ରେ ଅଂଶ ନେଇ ବିଜୟୀ ହୋଇଥିଲେ ଯୁବିକା । ଏହାର କିଛି ଦିନ ମଧ୍ୟରେ ତାଙ୍କୁ କେତୋଟି ସିରିଏଲ୍ରେ ଦେଖିବାକୁ ମିଳିଥିଲା । ବଳିଷ୍ଠ ଅଭିନୟ ପାଇଁ ବଲିଉଡ୍ ସୁଯୋଗକୁ ବି ସେ ହାତଛଡ଼ା କରିନଥିଲେ । ଶାହାରୁଖ୍ଙ୍କ ଅଭିନୀତ ‘ଓମ୍ ଶାନ୍ତି ଓମ୍’ ତଥା ‘ସମର୍ ୨୦୦୭’, ‘ତୋ ବାତ୍ ପକ୍କି ହୈ’, ‘ଡ୍ୟାଡି କୁଲ୍ ମୁଣ୍ଡେ ଫୁଲ୍’, ‘ଖାପ୍’, ‘ଦି ସୌକିନ୍’, ‘ୟାରାନା’, ‘ବୀରେ ଦି ୱେଡିଙ୍ଗ୍’ ଭଳି ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି । ଏବେ ଅଭିନୟରୁ ବ୍ରେକ୍ ନେଇ ନିଜ ଜୀବନର ସବୁଠୁ ସୁନ୍ଦର ସମୟକୁ ଜିଇଁବାକୁ ଯାଉଛନ୍ତି ଯୁବିକା । ଅକ୍ଟୋବର ୧୨ ତାରିଖରେ ନିଜର ପୁରୁଷବନ୍ଧୁ ପ୍ରିନ୍ସ ନରୁଲାଙ୍କ ସହ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ଯୁବିକା ।