ୟୁ ଟ୍ୟୁବରେ ପାଠ ପଢ଼ିବେ ଏକାଦଶ ଏବଂ ଦ୍ୱାଦଶ ଛାତ୍ର ଛାତ୍ରୀ

ଭୁବନେଶ୍ୱର: ଏଣିକି ୟୁ ଟ୍ୟୁବରେ ପାଠ ପଢିବେ ଏକାଦଶ ଏବଂ ଦ୍ୱାଦଶ ଛାତ୍ର ଛାତ୍ରୀ । ଏହାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ୟୁ ଟ୍ୟୁବରେ ପାଠ ପଢିବା ପରେ ସଫଳତା ମଳିଛି । ଏଣୁ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ୟୁ ଟ୍ୟୁବରେ ପାଠ ପଢାଇବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାଁନ୍ତି ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ । ଯେଉଁ ଅଭିଭାବକ ଅନୁମତି ଦେଉ ନାହାଁନ୍ତି, ସେମାନଙ୍କ ପିଲାମାନେ ୟୁ ଟୁବରେ ପାଠ ପଢୁଛନ୍ତି ।

youtube class for 11th & 12th student in odisha