କାଳ ହେଲା ସେଲଫି

ସୁବର୍ଣ୍ଣପୁର: ସେଲଫି ହେଲା କାଳ । ସେଲଫି ନେବା ସମୟରେ ୪୦ ଫୁଟ ଉଚ୍ଚରୁ ନଦୀକୁ ପଡିଯାଇଥିଲେ । ମାତ୍ର ଅଳ୍ପକେ ରକ୍ଷା ପାଇଁ ବୁର୍ଲା ମେଡିକାଲରେ ଭର୍ତି ହୋଇଛନ୍ତି । ଯୁବକଜଣକ ହେଲେ ଜିତୁ ନାୟକ। ତାଙ୍କ ଘର ସୋନପୁର ସହରସ୍ଥିତ ପଟାଭାଡିରେ।

ଗତକାଲି ଜିତୁ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ମହାନଦୀ ବ୍ରିଜ୍‌ ଆଡେ ବୁଲିବାକୁ ଯାଇଥିଲେ।  ସେଠାରେ ଜିତୁ  ବ୍ରିଜର ବାଡ଼ ଉପରକୁ  ଚଢ଼ି ସେଲଫି ଉଠାଉଥିଲେ।  କିନ୍ତୁ  ନିୟନ୍ତ୍ରଣ ହରାଇ  ନଦୀରେ  ପଡ଼ି ଯାଇଥିଲେ।  ଖବର ପାଇ ସୋନପୁର ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ।

ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୪୦ ଫୁଟ୍‌ ତଳକୁ କଚାଡ଼ି ହୋଇ ପଡ଼ିଥିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।