ରାଜଧାନୀରେ ଯୁବକକୁ ପିଟିପିଟି ହତ୍ୟା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଯୁବକକୁ ହତ୍ୟା। ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ଦୀପାବଳି ପାଇଁ ସାରା ସହର ଉତ୍ସବ ମୁଖର ଥିବା ବେଳେ ବିଳମ୍ବିତ ରାତିରେ ସୁନ୍ଦରପଦା ନିକଟରେ ଜଣେ ଯୁବକକୁ ପିଟିପିଟି ହତ୍ୟା କରିଛନ୍ତି ଅପରାଧି। ବାଣଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ବଚସାରୁ ଏହି ହତ୍ୟାାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।