ପ୍ରେମରେ ପ୍ରତାରଣା, ଭିଡିଓ କରି ଜୀବନ ହାରିଲା ପ୍ରେମିକ

କଟକ: ପ୍ରେମରେ ପ୍ରତାରଣା । ମନ ସଙ୍ଗେ ଖେଳିଲା ଖେଳ । ଭାଙ୍ଗିଲା ହୃଦୟ । ଶେଷରେ ପ୍ରେମିକାର ପ୍ରତାରଣା ସହି ନାପାରି ଜୀବନ ହାରିଲା ପ୍ରେମିକ । ଶନିବାର କଟକ ତାଳ ଦଣ୍ଡା ରେଳ ଲାଇନ୍ ଉପରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ ।

ମୃତକ ଜଣକ କଟକ ରାଉସ ପାଟଣା ଅଞ୍ଚଳର ମନୋଜ ସ୍ବାଇଁ ବୋଲି ଜଣାପଡ଼ିଛି । ଏହାସହ ତାଙ୍କ ମୃତ ଶରୀର ନିକଟରୁ ମିଳିଛି ଏକ ସୁଇସାଇଡ଼ ନୋଟ । ଯେଉଁଥିରେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି । ସୁଇସାଇଡ଼ ନୋଟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରେମିକାର ବିବାହ ତାରିଖ ଠିକ ହୋଇଥିବାବେଳେ ମନୋଜଙ୍କ ସହ ସମ୍ପର୍କରେ ନଥିଲେ ଉକ୍ତ ଯୁବତୀ ।

ପ୍ରେମିକାଙ୍କ ପ୍ରତାରଣାର ଶିକାର ହେବାପରେ ଆତ୍ମହତ୍ୟା କରିବାର ରାସ୍ତା ବାଛିଥିବା ମଧ୍ୟ ଏକ ଭିଡ଼ିଓ ଜରିଆରେ ସେ କହିଛନ୍ତି । ତେବେ ତାଳ ଦଣ୍ଡା ରେଳ ଲାଇନ୍ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ ।