ପୋଖରୀପୁଟ ଓଭର ବ୍ରିଜରେ କରେଣ୍ଟ ଲାଗି ଯୁବକ ମୃତ,୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ପୋଖରୀପୁଟରେ ଆଜି ( ଗୁରୁବାର ) ଉଦଘାଟିତ ହୋଇଥିବା ଓଭରବ୍ରିଜରେ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ନାଁ ସୀମାଞ୍ଚଳ ପଣ୍ଡା ତାଙ୍କ ଘର ବ୍ରହ୍ମପୁର । ସେ ସୁନ୍ଦରପଦାରେ ରହୁଥିଲେ ।
ଖବର ଅନୁସାରେ ଓଭରବ୍ରିଜକୁ ଆଜି ମୁଖ୍ୟମନ୍ତ୍ରୀ ସଂଧ୍ୟାରେ ଉଦଘାଟନ କରିଥିଲେ । ଉଦଘାଟନ ପରେ ସେଠାକୁ ସୀମାଞ୍ଚଳ ବୁଲିବାକୁ ଯାଇଥିଲେ । ପୋଲରେ ଲାଗିଥିବା ଏକ ବେଲୁନକୁ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ ସୀମାଞ୍ଚଳ ସେତେବେଲେ ତାଙ୍କୁ କରେଣ୍ଟ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଦେବା ଲାଗି ଘୋଷଣା କରିଛନ୍ତି ।