ନିଯୁକ୍ତି ଯୋଗାଇବାରେ ବିଫଳତା ପ୍ରତିବାଦରେ ବିଧାନସଭା ଘେରାଓ କଲା ଯୁବମୋର୍ଚ୍ଚା

ଭୁବନେଶ୍ବର  : ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ । ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ଆଜି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ ଉଦ୍ୟମ କରିଥିବା ବେଳେ ଆରବିଆଇ ଅଫିସ ସାମ୍ନାରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ରାଜଧାନୀ ପାଲଟିଲା ରଣକ୍ଷେତ୍ର । ବିଜେପି ଯୁବମୋର୍ଚ୍ଚା-ପୋଲିସ ମୁହାଁମୁହିଁ, ଧସ୍ତାଧସ୍ତି ।ଶତାଧିକ ବିଜେପି କର୍ମୀଙ୍କୁ ରାସ୍ତାରୁ ଉଠାଇନେଲା ପୋଲିସ ।ରାଜ୍ୟ ସରକାରଙ୍କ ଯୁବମାରଣ ନୀତିକୁ ବିରୋଧ କରି ଆଜି ରାସ୍ତାରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି ଯୁବମୋର୍ଚ୍ଚା ।  ବେକାରୀଙ୍କୁ ରୋଜଗାର ଦେବାରେ ବିଫଳ ଏବଂ ଓଡ଼ିଆ ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବାରେ ରାଜ୍ୟ ସରକାର ବାଧକ ସାଜିଥିବା ଅଭିଯୋଗ କରି ବିକ୍ଷୋଭକୁ ଓହ୍ଲାଇଥିଲା ବିଜେପି ଯୁବମୋର୍ଚ୍ଚା ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ବିଜେପି କର୍ମୀ ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇ ବିଧାନସଭା ଅଭିମୁଖେ ବାହାରିଥିଲେ । ତେବେ ବିଧାନସଭା ଘେରିବା ପୂର୍ବରୁ ବାଟରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଦୀର୍ଘ ସମୟ ଧରି ଧସ୍ତାଧସ୍ତି, ଠେଲାପେଲା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ଖୁବ୍‌ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ରାସ୍ତାରୁ ଉଠାଇ ନେବାକୁ ବାଧ୍ୟ ହୋଇଥିଲା ପୋଲିସ ।

ମୁଖ୍ୟମନ୍ତ୍ରୀନବିନବାବୁଙ୍କସରକାରରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାରେବାଧକ ସାଜୁଛନ୍ତି । ନିଜେସରକାର ତ ନିଯୁକ୍ତି ଓ ଆତ୍ମନିଯୁକ୍ତିଯୋଗାଇଦେବାରେବିଫଳହୋଇଛନ୍ତି । ତାହାସହ ଯାହାବିଘରୋଇକମ୍ପାନୀରାଜ୍ୟକୁ ଆସିପୁଂଜି ନିବେଶକରିନିଯୁକ୍ତିଯୋଗାଇବା ପାଇଁଚାହୁଁଛନ୍ତିତାଙ୍କୁବି ଅଟକାଉଛନ୍ତି । ଆଉ ଆଜିଯେତେବେଳେଭାରତୀୟଜନତା ଯୁବମୋର୍ଚ୍ଚାନେତୃତ୍ୱରେରାଜ୍ୟରବେକାର ଯୁବକ ଯୁବତୀମାନେ ନିଯୁକ୍ତିମାଗିବା ପାଇଁବିଧାନସଭାକୁଶାନ୍ତିପୁର୍ଣ୍ଣଭାବେଘେରିସରକାରଙ୍କୁ ପ୍ରତିବାଦ ଜଣାଇବା ପାଇଁ ଯାଉଥିଲେ,ପୋଲିସସରକାରୀଗୁଣ୍ଡାସାଜି ଆକ୍ରମଣକରିଛି । ପୋଲିସର ଏ ବର୍ବରତାବ୍ରିଟିସଶାସନରଗୁଣ୍ଡାରାଜଠାରୁବଳି ଯାଇଛିା ପୋଲିସର ଆକ୍ରମଣରେଯୁବମୋର୍ଚ୍ଚାରକାର୍ଯ୍ୟକର୍ତାମାନେ ଗୁରୁତରଭାବେଆହତହୋଇଡାକ୍ତରଖାନାରେଚିକିସ୍ତ୍ରାହେଉଛନ୍ତିବୋଲିବିଜେପି ଯୁବମୋର୍ଚ୍ଚାସଭାପତିଶ୍ରୀଟଙ୍କଧର ତ୍ରିପାଠୀକହିଛନ୍ତିା
ନବିନ ସରକାରଙ୍କଠାରୁବେକାର ଯୁବକାମାନେ ଆଜିଜବାବମାଗିବା ପାଇଁଚାହୁଁଛନ୍ତି । ଏ ସରକାର ନିଯୁକ୍ତିରହତ୍ୟାକରିଛନ୍ତି । ଏ ସରକାରଏବେବୁଢାବାଘରକଙ୍କଣକାହାଣିଭଳିକାଳିଆ ଆଉବିଜୁ ଯୁବବାହିନୀରଯୋଜନାକରିଓଡିଆ ଯୁବକମାନଙ୍କୁ ପ୍ରତାରଣାକରୁଛନ୍ତିବୋଲିଶ୍ରୀତ୍ରିପାଠୀକହିଛନ୍ତି ।


 ପୋଲିସର ଏ ବର୍ବରତାବ୍ରିଟିଶଶାସନରଗୁଣ୍ଡାରାଜଠାରୁବଳି ଯାଇଛି
 ପୋଲିସମାଡରେଗୁରୁତରଭାବେ ଆହତକାର୍ଯ୍ୟକର୍ତାଡାକ୍ତରଖାନାରେଚିକିତ୍ସିତ
 ଯୁବକମାନଙ୍କୁ ନିଯୁକ୍ତି ଦେବାରେବାଧକ ସାଜିଛନ୍ତି ନବୀନବାବୁ
 ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷଭିତରେରାଜ୍ୟରଏମ୍ପଲୟମେଂଟଏକ୍ସଚେଂଜରେ ୨୨,୫୭,୦୦୦ ବେକାର ଯୁବକ ଯୁବତୀଚାକିରି ପାଇଁ ନାମ ପଂଜିକୃତକରିଥିଲେହେଲେ ନିଯୁକ୍ତିମିଳିଛିମାତ୍ର ୨୬,୪୫୦ ଜଣଙ୍କୁ । ନିଯୁକ୍ତିହାରମାତ୍ର ୧%
 ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାରକୋଟିର ପୁଜିଂ ନିବେଶସହ ୩ ଲକ୍ଷଶିଳ୍ପଭିତିକ ନିଯୁକ୍ତିର ପ୍ରତିଶୃତିର ଅଗ୍ରଗତିକେତେବାଟ ଯାଇଛି ?

ବିଜେପିବିଧାୟକ ଦଳରନେତାଶ୍ରୀକେ.ଭି.ସିଂହଦେଓ ଆଜିବିଧାନସଭାରେ ପଚାରିଥିବା ପ୍ରଶ୍ନରଉତରରେସରକାରଉତରକୁ ଆଧାରକରିଶ୍ରୀତ୍ରିପାଠୀକହିଛନ୍ତି ଯେ,୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷଭିତରେରାଜ୍ୟରଏମ୍ପଲୟମେଂଟଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାରବେକାର ଯୁବକ ଯୁବତୀଚାକିରି ପାଇଁ ନାମ ପଂଜିକୃତକରିଥିଲେହେଲେ ନିଯୁକ୍ତିମିଳିଛିମାତ୍ର ୨୬,୪୫୦ ଜଣଙ୍କୁ । ନିଯୁକ୍ତିହାରମାତ୍ର ୧% । ତଥାପି କଣ ମୁଖ୍ୟମନ୍ତ୍ରୀକହିବେକି ଆପଣମାନେ ଖୁସି ତ !
୨୦୦୯ରେ ହୋଇଥିବାରାଜ୍ୟଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ଅଣକୁଶଳି ଓ ଅର୍ଦ୍ଧକୁଶଳିଶ୍ରମିକମାନଙ୍କକ୍ଷେତ୍ରରେ ୯୦% ସ୍ଥାନରେସ୍ଥାନୀୟଲୋକ ନିଯୁକ୍ତି ପାଇବେ । ସେହିପରିକୁଶଳିକ୍ଷେତ୍ରରେ ୬୦%, ସୁପରଭାଇଜରକ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟଓଡିଆ ଯୁବକଙ୍କ ପାଇଁସଂରକ୍ଷିତରହିବ । ହେଲେ ଏ ସରକାରବଡକାରଖାନା ଯାହାବି ଅଛି ଏ ରାଜ୍ୟରେତାଙ୍କସହିତସଲାସୁତୁରାକରି ପିସିକାରବାରକରି ଅଣ ଓଡିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି । ଆମରଲୁହା ପଥର, ଆମରକୋଇଲା, ଆମର ପାଣି ଯାଉଛିହେଲେ ନିଯୁକ୍ତି ପାଉଛନ୍ତି ଅଣଓଡିଆବୋଲିଟଙ୍କଧର କହିଛନ୍ତି ।
ସେହିପରିସରକାର ମଧ୍ୟ ଯାହା ନିଯୁକ୍ତିସରକାରୀକ୍ଷେତ୍ରରେବିଭିନ୍ନସରକାରୀ ଅଫିସରେରହିବା କଥା ତାହା ଦେଉନାହାନ୍ତି । ରାଜ୍ୟର ୭୦ ଭାଗସରକାରୀ ପଦବୀଖାଲି । ରାଜ୍ୟରେ ଥିବାସରକାରୀକଲେଜରେ ଥିବାସମୁଦାୟ ୨୩୦୬ଟି ଅଧ୍ୟାପକ ଅଧ୍ୟାପିକ ପଦବୀରୁ ୧୨୬୭ଟି ପଦବୀଖାଲି ପଡିଛି । ସରକାରସରକାରୀଶିକ୍ଷକ ପଦବୀବି ପୁରଣକରୁନାହାନ୍ତି । ଅନେକ ଉଚ୍ଚ ଡିଗ୍ରୀଧାରି ଯୁବକ ଯୁବତୀ ଆଜି ନିଯୁକ୍ତି ନପାଇବେକାରହୋଇବସିଥିଲାବେଳେସରକାର ନିଯୁକ୍ତି ଦେଉନାହାନ୍ତି । ସେହିପରିସରକାରୀଏଡେଡକଲେଜମାନଙ୍କରେବିସ୍ଥିତି ଅତିସଙ୍ଗୀନ । ସମୁଦାୟ ୬୩୬୪ଟି ଅଧ୍ୟାପିକା ଅଧ୍ୟାପକ ପଦବୀରୁ ୧୮୨୪ ଖାଲି । ରାଜ୍ୟର ଅଧା ଡାକ୍ତର ପଦବିଖାଲି । ୬୫୩୬ ମଜୁଂରିପଦବୀରୁ ୩୧୩୩ଟି ପଦବୀଖାଲି ପଡିଛି । ଏ କେବଳ ଦୁଇଟିବିଭାଗର କଥା ।ସରକାରଙ୍କସମସ୍ତବିଭାଗରେ ଆଜିସମାନ ଅବସ୍ଥାବୋଲିଟଙ୍କଧର କହିଛନ୍ତି ।
ନୁଆଶିଳ୍ପ ପ୍ରତିଷ୍ଠାଏବଂ ନୁଆବ୍ୟବସାୟସ୍ଥାପନା କରିବା ପାଇଁଓଡିଶାଘରୋଇକମ୍ପାନୀମାନଙ୍କର ଆସ୍ଥାଭାଜନ ହୋଇପାରୁନାହିଁ । ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗବିଜନେସର‌୍ୟାଙ୍କରେକ୍ରମାଗତଭାବେଖସୁଛିଓଡିଶା । ୨୦୧୫ରେ ଦେଶରେ ୭ମ ସ୍ଥାନରେ ଥିବାବେଳେ ୨୦୧୬ରେ ଏହାଖସି ୧୧ତମ ସ୍ଥାନକୁ ଆସିଥିବାବେଳେ ୨୦୧୭ରେ ଏହା ଆହୁରିଖସି ୧୪ତମ ସ୍ଥାନକୁଖସିଗଲାଣି । ରାଜ୍ୟରେ ଯୁବକବେକାରୀସମସ୍ୟାରେଜର୍ଜରିତ ଥିବାବେଳେଏହିସମସ୍ୟାରସମାଧାନ ପାଇଁ ପ୍ରମୁଖଭୂମିକାରଖୁଥିବାରାଜ୍ୟସରକାରଙ୍କରବିଭିନ୍ନବିଭାଗଶୋଇଛନ୍ତିବୋଲିଶ୍ରୀତ୍ରିପାଠିକହିଛନ୍ତି ।
ଶ୍ରୀତ୍ରିପାଠିକହିଛନ୍ତି ଯେ, ୨୦୦୦ରୁ ୨୦୧୬ ମଧ୍ୟରେରାଜ୍ୟରେମାତ୍ର ୨୧ଟି ମଧ୍ୟମଶିଳ୍ପସ୍ଥାପିତହୋଇଛି । ସେଥିରୁବର୍ତମାନ ୩ଗୋଟି ଅଚଳ ଅବସ୍ଥାରେ ଅଛି । ସ୍ୱର୍ଗତବିଜୁବାବୁଙ୍କ ଦ୍ୱାରାରାଜ୍ୟରେ ପ୍ରତିଷ୍ଠିତ ୧୪୭ ପଂଚାୟତସମିତିଶିଳ୍ପ ମଧ୍ୟରୁ ୧୩୨ ଟି ପୁରା ବନ୍ଦ ହୋଇ ପଡିଛି । ଏହାଉପରେ ନିର୍ଭରଶୀଳଶହଶହ ପରିବାର ମଧ୍ୟରୁକେତେକଗୁଜୁରାଣମେଂଟାଇବା ପାଇଁମଜୁରିଲାଗୁଛନ୍ତି ତ ଆଉକେତେକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି ।
(ପୃଷ୍ଠା: ୨/୩)

ରାଜ୍ୟରେ ୧୦୬ ଗୋଟିଶିଳ୍ପାଂଚଳରେ ୪୮୭୭ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମଉଦ୍ୟୋଗ ଥିବାବେଳେ ଏଥିରୁ ୩୦୬୭ଟି ରୁଗ୍ଣହୋଇଛି । ରାଜ୍ୟରେ ପଂଜୀକୃତ ୧୫, ୩୧୫ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମଶିଳ୍ପ ବନ୍ଦ ହୋଇ ଯାଇଥିବାରାଜ୍ୟସରକାରସ୍ୱୀକାରକରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଜିଲ୍ଲାଗଂଜାମରେ ୧୦୬୧ ଏହିପରିଶିଳ୍ପ ବନ୍ଦ ହୋଇ ଯାଇଥିବାସରକାରସ୍ୱୀକାରକରିଛନ୍ତି । ଯେଉଁରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମଶିଳ୍ପସମ୍ପୂର୍ଣରୂପେ ଧ୍ୱସ୍ତବିଧ୍ୱସ୍ତହୋଇ ଯାଇଛିସେରାଜ୍ୟର ଯୁବଶକ୍ତିକୁକର୍ମସଂସ୍ଥାନ କିପରିମିଳିବବୋଲିଶ୍ରୀତ୍ରିପାଠିକହିଛନ୍ତି ।
୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାରକୋଟିର ପୁଜିଂ ନିବେଶସହ ୩ ଲକ୍ଷଶିଳ୍ପଭିତିକ ନିଯୁକ୍ତିର ପ୍ରତିଶୃତିର ଅଗ୍ରଗତିକେତେବାଟ ଯାଇଛି ?ଡେରାଶରେସାମୁଦ୍ରିକଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କଜିଲ୍ଲାଗଜାଂମରେସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କ, ରାୟଗଡା ଓ ଅନୁଗୁଳରେ ଆଲୁମିନିୟମ ପାର୍କରକାମରସ୍ଥିତି କଣ ? ଓଡିଶାକନକ୍ଲେଭରେକେତେଟଙ୍କାର ପୁଂଜି ନିବେଶହେଲାଣିବୋଲିଶ୍ରୀତ୍ରିପାଠିପ୍ରଶ୍ନକରିଛନ୍ତି ।
ଯୁବମୋର୍ଚ୍ଚାର “ଜବାବ୍ମାଗୁଛି ଯୁବକ” କାର୍ଯ୍ୟକ୍ରମରେକେନ୍ଦ୍ରୀୟ ପ୍ରତିନିଧି ଭାବେରାଷ୍ଟ୍ରୀୟସାଧାରଣସଂପାଦକ ସୈାରଭଚୈାଧୁରୀଯୋଗ ଦେଇଥିଲେ ।ଯୁବମୋର୍ଚ୍ଚାରାଷ୍ଟ୍ରୀୟ ଉପ ସଭାପତିଠାକୁରରଣଜିତ୍ ଦାଶ, ଯୁବମୋର୍ଚ୍ଚା ପୂର୍ବତନ ରାଜ୍ୟସଭାପତିଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଉପ ସଭାପତିସିକନ୍ଦର ଅଲ୍ଲୀ, ଅଂଶୁମାନ ସବୁଜମହନ୍ତ, ସମରଜିତ୍ ପାତ୍ର, ସତ୍ୟବାଦୀ ଚଇନି, ରାଜ୍ୟସାଧାରଣସଂପାଦକ ଏନ.ରାଜେନ୍ଦ୍ରକୁମାର, ବିଶ୍ୱରଂଜନ ବଡଜେନା, ରାଜ୍ୟସଂପାଦକ ଦୀପକଗୋଚ୍ଚାୟତ, ଓମ୍ ପ୍ରକାଶମିଶ୍ର, ଅର୍ପିତାବଡଜେନା, ରାଜ୍ୟସଂଯୋଜକହିତେଶସାହୁ, ବିଶ୍ୱଜିତ୍ଷଡଙ୍ଗୀ, କାମାକ୍ଷା ପ୍ରଧାନ ପ୍ରମୁଖଙ୍କସମେତସମସ୍ତଜିଲ୍ଲାସଭାପତିଏବଂବିଭିନ୍ନଜିଲ୍ଲାରୁ ଆସିଥିବାହଜାରହଜାରକାର୍ଯ୍ୟକର୍ତାସାମିଲହୋଇବିଧାନସଭାଘେରାଓକରିଥିଲେ ।

(ବିଜେପିମିଡିଆସେଲ୍ )