ସାନ ଭାଇର ଭୁଜାଲି ଚୋଟରେ ବଡ଼ଭାଇ ମୃତ

ବାସୁଦେବପୁର: ସାନଭାଇର ଭୁଜାଲି ଚୋଟରେ ବଡ଼ଭାଇ ମୃତ୍ୟୁବରଣ କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ନାମ ଭଗବାନ ବାରିକ(୫୮) ଓ ଅଭିଯୁକ୍ତ ସାନଭାଇର ନାମ ରତ୍ନାକର ବାରିକ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅନ୍ତର୍ଗତ ନାୟକାଣିଡିହି ଗ୍ରାମରେ ।

ଆଜି ସକାଳେ ଭଗବାନ ଶୌଚ ହେବା ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ରତ୍ନାକର ଏକ ଭୁଜାଲିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ଭଗବାନ ତଳେ ପଡ଼ି ଯାଇଥିଲେ।  ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି  ବସୁଦେବପୁର ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ସମ୍ପର୍କରେ ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସାନ ଭାଇ ରତ୍ନାକରକୁ ଥାନାରେ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମି ବିବାଦକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।