ମେ’ ପହିଲାରୁ ଜନଗଣନା

ନୂଆଦିଲ୍ଲୀ: ମେ’ ୧ ତାରିଖରୁ ଜନଗଣନା ଆରମ୍ଭ ହେବ । ସରକାର ଜନଗଣନା ସମ୍ବନ୍ଧିତ ପ୍ରଶ୍ନ ପଚରାଯିବା ପାଇଁ ନୋଟିସ୍ ଜାରି କରିସାରିଛନ୍ତି ।

ଜନଗଣନାର ଧାରା ୮ର ଉପଧାରା ୧ ଅନୁଯାୟୀ ହେବାକୁ ଥିବା ଜନଗଣନା ପାଇଁ ସରକାର ସମସ୍ତ ଜନଗଣନା କାର୍ଯ୍ୟାଳୟକୁ ପ୍ରଶ୍ନ ତାଲିକା ପଠାଯାଇଛି । ଏହି ପ୍ରଶ୍ନରେ ଘର ମାଲିକଙ୍କ ନାମ, ଘର ନମ୍ବର ଓ ଘରର ସ୍ଥିତି ସହିତ ଅନେକ ପ୍ରଶ୍ନ ସାମିଲ ଅଛି । ଜନଗଣନାରେ ନିୟୋଜିତ ହେବାକୁ ଥିବା କର୍ମଚାରୀମାନେ ଘରକୁ ଘର ଯାଇ ସେମାନଙ୍କ ତଥ୍ୟ ରିପୋର୍ଟ କରିବେ ।

ଜନଗଣନା କର୍ମଚାରୀମାନେ ଘର ନମ୍ବର, ଜନଗଣନା ଘର ନମ୍ବର, ଘରର ଛାତ, କାନ୍ଥ ଓ ଛାତ ପାଇଁ ବ୍ୟବହାର ହୋଇଥିବା ସାମଗ୍ରୀ । ଘର କେଉଁ ଉଦ୍ଦେଶ୍ୟ ନେଇ ନିର୍ମାଣ ହୋଇଥିଲା ତାହା ପଚାରିବେ । ସେମାନେ ଘରର ସ୍ଥିତି, ଘରର ନମ୍ବର, ଘରେ ରହୁଥିବା ଲୋକସଂଖ୍ୟା, ଘରର ମୁଖ୍ୟଙ୍କ ନାମ, ମୁଖ୍ୟଙ୍କ ଲିଙ୍ଗ, ଘରର ମୁଖ୍ୟ କେଉଁ ଜାତି, ଜନଜାତି ଅନ୍ତର୍ଗତ ଜାଣିବାକୁ ଚାହିଁବେ ।

ସେହିପରି ଜନଗଣନା କର୍ମଚାରୀମାନେ ଘରର ମାଲିକଙ୍କ ସ୍ଥିତି, ଘରେ କେତୋଟି କୋଠରୀ, ବିବାହିତ ସଦସ୍ୟଙ୍କ ଯୋଡ଼ି ସଂଖ୍ୟା, ପିଇବା ପାଣିର ମୁଖ୍ୟ ସ୍ରୋତ, ବିଦ୍ୟୁତର ମୁଖ୍ୟ ସ୍ରୋତ, ଶୌଚାଳୟ ଅଛି ନା ନାହିଁ, ଡ୍ରେନ, ୱାଶରୁମ, ରୋଷେଇ ଘର, ଏଲପିଜି ଗ୍ୟାସ ସଂଯୋଗ, ରୋଷେଇ ପାଇଁ ବ୍ୟବହୃତ ଇନ୍ଧନ, ରେଡିଓ, ଟେଲିଭିଜନ, ଇଂଟରନେଟ୍ ସୁବିଧା, ଲ୍ୟାପଟପ, କମ୍ପ୍ୟୁଟର, ଟେଲିଫୋନ, ମୋବାଇଲ, ସ୍ମାର୍ଟଫୋନ, ସାଇକେଲ, ମୋଟରସାଇକେଲ, କାର, ଜିପ, ଭ୍ୟାନ, ମୁଖ୍ୟ ଖାଦ୍ୟ, ମୋବାଇଲ ନମ୍ବର ଆଦି ପଚାରିବେ ।