ଲୋକପ୍ରିୟତା କ୍ଷେତ୍ରରେ ପୁଣିଥରେ ଆଗରେ ମୋଦୀ,ଧୋନି ବି ସାମିଲ

ନୂଆଦିଲ୍ଲୀ:ଭାରତରେ ଲୋକପ୍ରିୟତା ମାମଲାରେ ମହେନ୍ଦ୍ର ସିଂ ଧୋନୀ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କଠାରୁ ଆଗରେ ରହିଛନ୍ତି । ସର୍ଭେ ଏଜେନ୍ସି YouGov ୟୁ-ଗଭ୍ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ ୪୧ଟି ଦେଶର ୪୨ହଜାର ଲୋକଙ୍କୁ ନେଇ ଏକ ସର୍ଭେକ୍ଷଣ କରିଥିଲା । ଯେଉଁଥିରେ ପୁରୁଷ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀର୍ଷରେ ରହିଛନ୍ତି । ସେହିପରି ମହିଳାଙ୍କ ତାଲିକାରେ ମାରିକମ ଆଗରେ ଅଛନ୍ତି ।

ସର୍ଭେରେ ମୋଦୀଙ୍କୁ ୧୫.୬୬ ପ୍ରତିଶତ ଓ ବକ୍ସର ମାରିକମଙ୍କୁ ୧୦.୩୬ ପ୍ରତିଶତ ନମ୍ବର ମିଳିଛି । ସେହିପରି ମହେନ୍ଦ୍ର ସିଂ ଧୋନୀଙ୍କୁ ୮.୫୮ ପ୍ରତିଶତ ନମ୍ବର ମିଳିଛି । ପୁରୁଷ ତାଲିକାରେ ତୃତୀୟରେ ରତନ ଟାଟା ଥିବା ବେଳେ ଚତୁର୍ଥ ସ୍ଥାନରେ ବାରାକ ଓବାମା ରହିଛନ୍ତି ।

ପଂଚମ ସ୍ଥାନରେ ବିଲ୍ ଗେଟସ୍ ଓ ଷଷ୍ଠ ସ୍ଥାନରେ ଅମିତାଭ ବଚନ ରହିଛନ୍ତି । ସପ୍ତମ ସ୍ଥାନରେ ସଚିନ ତେନ୍ଦୁଲକର ଓ ଅଷ୍ଟମରେ ବିରାଟ କୋହଲି ରହିଛନ୍ତି ।

ମହିଳାଙ୍କ ତାଲିକାରେ ମାରିକମଙ୍କ ପରେ ଦ୍ୱିତୀୟ ସ୍ଥାନରେ କିରଣ ବେଦୀ ଓ ତୃତୀୟ ସ୍ଥାନରେ ଲତା ମଙ୍ଗେସକର ରହିଛନ୍ତି ।

ରାଙ୍କ୍         ନାମ                             

୧          ନରେନ୍ଦ୍ର ମୋଦୀ

୨          ମହେନ୍ଦ୍ର ସିଂ ଧୋନୀ

୩          ରତନ ଟାଟା

୪          ବାରାକ ଓବାମା

୫          ବିଲ୍ ଗେଟସ୍

୬          ଅମିତାଭ ବଚନ

୭          ସଚିନ ତେନ୍ଦୁଲକର

୮          ବିରାଟ କୋହଲି

୯          ଶାହାରୁକ ଖାନ

୧୦          ଜ୍ୟାକି ଚେନ୍