ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୟୋଶିହିଦେ ସୁଗା

ଟୋକିଓ: ଜାପାନର ସଂସଦରେ ବୁଧବାର ୟୋଶିହିଦେ ସୁଗାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଅସୁସ୍ଥତା କାରଣରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଏହି ପଦ ଖାଲି ପଡିଥିଲା । ସୁଗାଙ୍କୁ ଶାସକ ଦଳର ନେତା ଭାବେ ନିର୍ବାଚିତ କରାଯିବା ପରେ ସେ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା ।

ସଂସଦରେ ଲିବେରାଲ ଡେମୋକ୍ରାଟିକ ପାର୍ଟିଙ୍କୁ ୩୭୭ ଭୋଟ ମିଳିଥିଲା । ଅନ୍ୟ ୨ ଦାବୀଦାର ମୋଟ ୧୫୭ ଭୋଟ ପାଇଥିଲେ । କରୋନା ମହାମାରୀ କବଳରୁ ମୁକୁଳିବା ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରମୁଖ କାର୍ଯ୍ୟ ବୋଲି ସୁଗା କହିଛନ୍ତି ।