ରାମ ମନ୍ଦିର ନିର୍ମାଣ ପାଇଁ ଘର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ଦେବାକୁ ଯୋଗୀଙ୍କ ଆହ୍ୱାନ

ରାଂଚି: ରାମମନ୍ଦିର ନିର୍ମାଣ ପାଇଁ ଘର ପିଛା ୧୧ ଟଙ୍କା ଏବଂ ଖଣ୍ଡେ ପଥ ଦେବାକୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହ୍ୱାନ କରିଛନ୍ତି । ଶୁକ୍ରବାର ଝାଡଖଣ୍ଡରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଯୋଗୀ ଏଭଳି ଆହ୍ୱାନ କରିଛନ୍ତି ।

ସୂଚନାଯୋଗ୍ୟ, ଝାଡଖଣ୍ଡ ଆଗାମୀ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ନଗେନ୍ଦ୍ର ମାହାତୋଙ୍କ ପାଇଁ ଏକ ଜନସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଯୋଗୀ ପ୍ରାର୍ଥୀ ନଗେନ୍ଦ୍ରଙ୍କ ପାଇଁ ସମ୍ବୋଧିତ କରିବା ସମୟରେ ଏଭଳି କହିଥିଲେ ।

ଏହି ଅଵସରରେ ଯୋଗୀ କହିଥିଲେ ଯେ ୫୦୦ ବର୍ଷର ପୁରୁଣା ରାମମନ୍ଦିର ବିବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଯୋଗୁଁ ସମାଧାନ କରାଯାଇପାରିଛି | ସେ କହିଛନ୍ତି କିଛି ଦଳ କିନ୍ତୁ ଏହି ବିବାଦ ସମାଧାନ ହେଉ ବୋଲି ଚାଁହୁନଥିଲେ |

ଯୋଗୀ କହିଥିଲେ ଯେ ଖୁବ ଶୀଘ୍ର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ | ଏଥିପାଇଁ ପ୍ରତି ପରିବାରକୁ ୧୧ ଟଙ୍କା ସହ ଗୋଟିଏ ପଥର ଦେବା ଆବଶ୍ୟକ | ଏହି ଜନସଭାରେ ଯୋଗୀ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ମଧ୍ୟ ଟାର୍ଗେଟ କରିଥିଲେ | ଯୋଗୀ କହିଥିଲେ ଯେ ଗରିବ, ଯୁବ ବର୍ଗ ଓ ସମାଜର ଅନ୍ୟ ଲୋକଙ୍କ ସେବା କରିବା ଅପେକ୍ଷା କେବଳ ଶାସନ ଗାଦୀରେ ବସିବାକୁ ଏହି ତିନି ଦଳ ଚାଁହୁଛନ୍ତି |