ଯୋଗୀଙ୍କ କ୍ୟାବିନେଟ ବିସ୍ତାର, ଶପଥ ନେଲେ ୨୩ଜଣ ମନ୍ତ୍ରୀ

ଲକ୍ଷ୍ନୌ:ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଜି ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇଛି । ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ଯୋଗୀଙ୍କ ୨୩ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ୨୩ମନ୍ତ୍ରୀଙ୍କ ମଧ୍ୟରେ ୧୪ଟି ନୂଆ ମୁହଁ ଯୋଡି ହୋଇଛନ୍ତି । ରାଜ୍ୟପାଳ ଅନନ୍ଦୀବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଯୋଗୀ ମନ୍ତ୍ରୀମଣ୍ଡଳରେ ନୂଆ ଲୋକଙ୍କୁ ଅବସର ଦେବା ସମୟରେ ଜାତୀୟ ଏବଂ କ୍ଷେତ୍ରୀୟ ସନ୍ତୁଳନ ସହ ଲୋକସଭା ନିର୍ବାଚନରେ ତାଙ୍କର ପ୍ରଦର୍ଶନକୁ ଧ୍ୟାନ ଦେଇଛନ୍ତି । ତେବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । 

ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ଏଭଳି ୭ଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନେ ଭଲ କାମ ପାଇଁ ସମ୍ମାନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ ରାଜ୍ୟମନ୍ତ୍ରୀ ପ୍ରମୋଶନ ପାଇ ସ୍ୱତନ୍ତ୍ର ପ୍ରଭାର ରାଜ୍ୟମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ଏବେ ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୫୬ ଜଣ ମନ୍ତ୍ରୀ ରହିବେ । 

୨୩ମନ୍ତ୍ରୀଙ୍କ ମଧ୍ୟରେ ଥିବା ୧୪ ନୂଆ ଚେହେରା ହେଉଛନ୍ତି- ଶ୍ରୀରାମ ଚୌହ୍ୱାନ, ନିଲିମା କଟିୟାର, ଅଶୋକ କଟାରିୟା, ଚୌଧୁରୀ ଉଦୟଭାନ, ଅନିଲ ଶର୍ମା, ଆନନ୍ଦ ସ୍ୱରୂପ ଶୁକ୍ଳା, ସତୀଶ ଚନ୍ଦ୍ର ଦ୍ୱିବେଦୀ, ଚନ୍ଦ୍ରିକା ଉପାଧ୍ୟାୟ, ମହେଶ ଚନ୍ଦ୍ର ଗୁପ୍ତା, ବିଜୟ କଶ୍ୟପ, ବିନୟ ଶାକ୍ୟ, ରାମନରେଶ ଅଗ୍ନିହୋତ୍ରୀ, କମଲା ରାନୀ ବରୁଣ । 

ତେବେ ନୀଳକଣ୍ଠ ତିୱାରୀ, କପିଲଦେବ ଅଗ୍ରୱାଲ, ସତୀଶ ଦ୍ୱିବେଦୀ, ଅଶୋକ କଟାରିୟା, ଶ୍ରୀରାମ ଚୌହ୍ୱାନ, ରବୀନ୍ଦ୍ର ଜାୟସବାଲଙ୍କୁ ସ୍ୱତନ୍ତ୍ର ପ୍ରଭାର ଦାୟିତ୍ୱ ଦିଆଯାଇଛି । ଅନିଲ ଶର୍ମା, ମହେଶ ଗୁପ୍ତା, ଆନନ୍ଦ ସ୍ୱରୂପ, ବିଜୟ କଶ୍ୟପ, ଗିରିରାଜ ସିଂହ ଶର୍ମେଶ, ଲାଖନ ସିଂହ ରାଜପୁତ, ନିଲିମା କଟିୟାର, ଚୌଧୁରୀ ଉଦୟଭାନ ସିଂହ, ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ, ରମା ଶଙ୍କର ସିଂହ ପଟେଲ, ଅଜୀତ ସିଂହ ପାଲଙ୍କୁ ରାଜ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।