ୟୁପି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତି : ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ

ଲକ୍ଷେ୍ନø: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ସୋମବାର ଉତରପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟରେ ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ କରାଯିବା ଭଳି ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହିକ୍ରମରେ ଲକ୍ଷେ୍ନø ଓ ଗୌତମ ବୁଦ୍ଧ ନଗର(ନୋଏଡା) ଜିଲ୍ଲାରେ ପୋଲିସ କମିଶନରଙ୍କୁ ନିଯୁକ୍ତ କରାଯାଇଛି।

ଗତ କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ସରକାର ଲକ୍ଷେ୍ନø ଓ ନୋଏଡାର ଆଇପିଏସ ଅଫିସରଙ୍କ ପାଇଁ ଉଦ୍ଧିଷ୍ଟ ଏସଏସପି ପଦବୀ ଖାଲି କରିଥିଲେ । ଏହାପରେ ସରକାର ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁକରିବା ନେଇ ଚର୍ଚ୍ଚା ହେଉଥିଲା। ପୋଲିସ କମିଶନର ପଦବୀ ଲାଗୁକରାଯିବା ନେଇ ଆଇଏଏସ ଓ ଆଇପିଏସ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଥିଲା। ସୁଜି ପାଣ୍ଡେଙ୍କୁ ଲକ୍ଷେ୍ନøର ପ୍ରଥମ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି।

ପୋଲିସ କମିଶନର ବ୍ୟବସ୍ଥା ସହ ଯୋଗୀ ଆଦିତ୍ୟନାଥଙ୍କ ସରକାର ଚାଷୀ ଦୁର୍ଘଟଣା ବୀମା ଯୋଜନା, ଅଜୟ ଦେବଗନଙ୍କ ତାନାଜୀ ଚଳଚ୍ଚିତ୍ରକୁ କର ମୁକ୍ତ, ଘାଘରା ନଦୀର ନାମ ପରିବର୍ତନ, ରାଏବରେଲିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭୂମି ସ୍ଥାନାନ୍ତର ଆଦି ବିଭିନ୍ନ ପ୍ରସଙ୍ଗକୁ ୟୁପି କ୍ୟାବିନେଟ ଅନୁମୋଦନ କରିଛି।