୨୦ରେ ଓଡ଼ିଶା ଆସିବେ ଯୋଗୀ

ଭୁବନେଶ୍ୱର: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲା ଭବାନୀପାଟଣାର ପୋଲିସ ପଡିଆରେ ୧୧ଟା ପହଂଚି ମାଣିକେଶ୍ୱରୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବେ । ପରେ ଲାଲବାହାଦୂର ଷ୍ଟାଡିୟମ୍ରେ ଆୟୋଜିତ କର୍ମକର୍ତା ସମାବେଶରେ ଯୋଗ ଦେବେ । ଅପରାହ୍ନ ୧ଟା ୪୫ରେ ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଜିଲା ନାଚୁଣି କଲେଜ ପଡିଆରେ ପହଂଚି କର୍ମକର୍ତାଙ୍କ ସମାବେଶରେ ଯୋଗ ଦେବେ ବୋଲତ ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।