ଉତରପ୍ରଦେଶରେ ସିଏଏ ହିଂସା: ସମାଧାନ ପାଇଁ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜରୁରୀକାଳିନ ବୈଠକ

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତରପ୍ରଦେଶରେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି । ତେବେ ଏହି ସ୍ଥିତିର ସମାଧାନ କରିବାକୁ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ସହ ମିଶି ଜରୁରୀକାଳିନ ବୈଠକ କରିଛନ୍ତି । ବୈଠକରେ ସେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ଚାଲିଥିବା ହିଂସାକାଣ୍ଡ ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି।

ହିଂସାକୁ ଦୃଷ୍ଟିରେ ରଖି ଆଜି ଲକ୍ଷେ୍ନø, ବିଜନୋର, ମୀରଟ, ଫୋରଜାବାଦ, କାନପୁର, ସମ୍ଭଲ, ମୋରଦାବାଦ, ମୁଜାଫରନଗର, ବାହରିଚ, ବୁଲନ୍ଦଶହର ଓ ହତ୍ରାସରେ ଇଂଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ଅବଶ୍ୟ ହିଂସା ସୃଷ୍ଟି ହୋଇଥିବା ଗାଜିଆବାଦରେ ଆଜି ସ୍ଥିତି ସୁଧୁରିବାରୁ ଇଂଟରନେଟ୍ ସେବାକୁ କାର୍ଯ୍ୟକ୍ଷମ କରାଯାଇଛି, ହେଲେ ସୁରକ୍ଷାକର୍ମୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଉତରପ୍ରଦେଶରେ ଘଟିଥିବା ପୋଡ଼ାଜଳା ଓ ହିଂସାକାଣ୍ଡ ପାଇଁ ଗାଜିବାଦରେ ୩୬୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ୬୫ଜଣଙ୍କୁ ପୋଲିସ ଏଯାବତ୍ ଗିରଫ କରିଛି ।