ଲଖନଉ: ଶିଳ୍ପ ଜଗତରେ ସଂକଟ ଯୋଗୁଁ ରୋଜଗାର ପ୍ରତି ବାଧା ପହଂଚିଛି । ଏଥି ପାଇଁ ସମଗ୍ର ବିଶ୍ୱରେ ଆର୍ଥିକ ସଂକଟ ଦେଖାଯାଇଥିବା ବେଳେ ଉତ୍ତର ପ୍ରଦେଶ ସରକାର ପାଇଲଟ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ଯୋଗୀ ସରକାର ବେରୋଜଗାରଙ୍କୁ ରୋଜଗାର ଦେବାପାଇଁ ଏକ ଅଭିନବ ଚିନ୍ତା କରୁଛନ୍ତି । ଅଧିକାରୀମାନେ ଗାଁ-ଗାଁ ବୁଲି ବେରୋଜଗାର ଯୁବକ-ଯୁବତୀଙ୍କ ତାଲିକା ପ୍ରସ୍ତୁତ କରିବେ । ଅଧିକାରୀମାନେ ବେରାଜଗାରଙ୍କୁ ରୋଜଗାର ପାଇଁ କୌଶଳ ଶିଖାଇବେ । ଯୋଜନାର ସବୁଠାରୁ ବଡ଼ କଥା ହେଲା ଯେ, ସହର ଠାରୁ ଦୂରରେ ରହୁଥିବା ଗାଁ ଲୋକେ ଏହି ଯୋଜନାରୁ ଲାଭାନ୍ୱିତ ହେବେ ।
ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ବେରୋଜଗାର ଯୁବକଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ସରକାର ରାଜ୍ୟ ଦକ୍ଷତା ବିକାଶ ମିଶନ ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ଗ୍ରାମପଂଚାୟତ ସ୍ତରରେ ମୋବାଇଲ କ୍ୟାମ୍ପ ମାଧ୍ୟମରେ ଶିକ୍ଷିତ ବେରୋଜଗାରଙ୍କୁ ଦକ୍ଷତା ବିକାଶ ତାଲିମ ଦେଇ ରୋଜଗାରକ୍ଷମ କରାଯିବ । ତାଲିମ ପରେ ବେରୋଜଗାର ଯୁବକଙ୍କୁ କର୍ମ ନିଯୁକ୍ତି ଦିଆଯିବ । ମୋବାଇଲ କ୍ୟାମ୍ପ ଜରିଆରେ ଗ୍ରାମାଞ୍ଚଳର ଯୁବକଙ୍କୁ ଘର ନିକଟରେ ତାଲିମ ଦିଆଯିବ । ଟ୍ରେନିଂ ସେଣ୍ଟରେ ଦକ୍ଷତା ବିକାଶ ମୂଳକ ତାଲିମ ଦିଆଯିବ ।
ସରକାର ଏହି କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଅଧିକ ବେରୋଜଗାର ଯୁବକଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି । ସରକାର ଗତ ଆର୍ଥିକ ବର୍ଷରେ ୧ ଲକ୍ଷ ୫୭ ହଜାର ଯୁବକଙ୍କୁ ରୋଜଗାରକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏବାବଦରେ ସରକାର ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ।