ସିଏଏ ହିଂସାରେ ସାମିଲ ଥିବା ଲୋକଙ୍କ ପାଖକୁ ଜରିମାନା ନୋଟିସ୍ ପଠାଇଲେ ଯୋଗୀ ସରକାର

ଜରିମାନା ନ ଦେଲେ ହେବ ସମ୍ପତି ଜବତ

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତର ପ୍ରଦେଶରେ ହୋଇଥିବା ହିଂସା କାରଣରୁ ବହୁ ଲୋକଙ୍କର ସମ୍ପତି ନଷ୍ଟ ହୋଇଛି । ତେବେ ଏହି ହିଂସାରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ପାଇଁ ନୋଟିସ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରି ହିଂସାରେ ସାମିଲ ଥିବା ଲୋକଙ୍କ ନିକଟକୁ ଜରିମାନା ପାଇଁ ନୋଟିସ୍ ପଠାଯାଇଛି । ତେବେ ଜରିମାନା ପୈଠ ନ କଲେ ସେମାନଙ୍କ ସମ୍ପତି ଜବତ କରାଯିବ ବୋଲି ନୋଟସରେ ଜଣାଇ ଦିଆଯାଇଛି ।

ପୋଲିସ ଅନୁଯାୟୀ,  ଡିସେମ୍ବର ୧୯ରେ ହୋଇଥିବା  ହିଂସା ପରେ ପୋଲିସ ଉପଦ୍ରବୀଙ୍କୁ ସିସିଟିଭି ଫୁଟେଜ୍ ମାଧ୍ୟମରେ ଚିହ୍ନଟ କରୁଛି ଓ ଏହି ଆଧାରରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଅନ୍ୟପଟେ ଲକ୍ଷେ୍ନøରେ ହୋଇଥିବା ହିଂସା ମାମଲାରେ ଧରା ପଡ଼ିଥିବା  ୬ରୁ ଉର୍ଦ୍ଧ୍ଵ ଲୋକ ପଶ୍ଚିମବଙ୍ଗର  ହୋଇଥିବା ଜଣା ପଡ଼ିଛି। ପୋଲିସ ଅନୁସାରେ, ଲକ୍ଷେ୍ନø ହିଂସା ସମୟରେ ସେମାନଙ୍କୁ ପଶ୍ଚିମବଙ୍ଗରୁ ଡକାଯାଇଥିଲା।

ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଉଗ୍ର ପ୍ରଦର୍ଶନ ମାମଲାରେ ଶତାଧିକ ଲୋକଙ୍କୁ ଗିରଫ କରାଯାଇଛି। ଲକ୍ଷେ୍ନøରେ ପ୍ରାୟ ୨୧୮ ଜଣ ଗିରଫ ହୋଇଛନ୍ତି। ମାମଲାର ତଦନ୍ତ ଜାରି ରହିଛି। ପ୍ରଦର୍ଶନରେ ଏନଜିଓ ଓ ବାହାର ତତ୍ଵ ସାମିଲ  ହୋଇ ପାରନ୍ତି। ଆମର ତଦନ୍ତ ଜାରି ରହିଛି ଓ କାହାରିକୁ ଛଡ଼ା ଯିବ ନାହିଁ । ନିର୍ଦ୍ଦୋଷଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଡିଜିପି କହିଛନ୍ତି।

ଡିଜିପି କହିଛନ୍ତି ଯେ, ଅଦ୍ୟାବଧି ରାଜ୍ୟରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି ସେମାନେ ସବୁ ଗୁଳିବିନିମୟରେ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦରେ ସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂଶୋଧିତ ନାଗରିକତା ଆଇନକୁ ନେଇ ହେଉଥିବା ଅପପ୍ରଚାର ପ୍ରତି ଧ୍ୟାନ ନଦେବାକୁ ଅପିଲ କରି କହିଛନ୍ତି ଯେ, ଉପଦ୍ରବ ଓ ହିଂସାକୁ କଦାପି ବରଦାସ୍ତ କରାଯାଇ ପାରିବ ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଆଇନକୁ ହାତକୁ ନେଇ ଉପଦ୍ରବ ଓ ହିଂସା କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ସଂଶୋଧିତ ନାଗରିକତା ଆଇନ ଉପରେ ହେଉଥିବା ଗୁଜବ ଓ ଭ୍ରାନ୍ତରେ ନ ପଡ଼ିବାକୁ ସେ ଅପିଲ କରିଛନ୍ତି। ରାଜ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବାର ଦାୟିତ୍ଵ  ଉତର ପ୍ରଦେଶ ସରକାରଙ୍କର ରହିଛି। ପୋଲିସ ପ୍ରତ୍ୟେକ ବ୍ୟକ୍ତିକୁ ସୁରକ୍ଷା ପ୍ରଦାନ କରୁଛି।  ମୁଖ୍ୟମନ୍ତ୍ରୀ ପୁଣି ଜନତାଙ୍କୁ ଗୁଜବ ପ୍ରତି ବିଶ୍ଵାସ ନକରିବାକୁ ଅପିଲ କରିଛନ୍ତି।