କଳାହାଣ୍ଡିରେ ଯୋଗୀ ଆଦିତ୍ୟନାଥ: ଆତଙ୍କବାଦୀଙ୍କୁ ଗୁଳିର ଜବାବ ଗୁଳିରେ ଦେବୁ

କଳାହାଣ୍ଡି: ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାୟପୁର ହେଲକପ୍ଟର ଯୋଗେ କଳାହାଣ୍ଡିରେ ପହଂଚିଥିଲେ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିରେ ପହଂଚି ଆରାଧ୍ୟ ଦେବତା ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରି ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ରେ ବିଜେପି ପକ୍ଷରୁ ଆୟୋଜିତ କର୍ମୀ ସମାବେଶରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଯବାନଙ୍କ ଉଦ୍ଦେଶ୍ୟରେ ଯୋଗୀ କହିଛନ୍ତି ଯେ, ଦେଶର ସୀମାରେ ବାହାଦୂର ଯବାନମାନେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛନ୍ତି । ଆତଙ୍କବାଦୀମାନେ ଭାରତର ନାଗରିକଙ୍କ ସହ ଖେଳ ଖେଳୁଛନ୍ତି । ତେବେ ଏହାର ଜବାବ ମୋଦି ସରକାର ଦେଇପାରିବେ ବୋଲି ଲୋକେ ଆଶା କରିଛନ୍ତି । କାଶ୍ମୀରର ଶାନ୍ତି ପାଇଁ ଉଦ୍ୟମ କରୁଛି ସେନା । ପାକିସ୍ତାନକୁ କଡା ତାଗିଦ କରି ଯୋଗୀ କହିଛନ୍ତି ଯେ, କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ ଦିଆଯିବ । ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି ପାକିସ୍ତାନ ଉପରେ ବର୍ଷିଛନ୍ତି ଯୋଗୀ । ଯୋଗୀ କହିଛନ୍ତି ସାଢ଼େ ଚାରି ବର୍ଷରେ ମୋଦି ସରକାର ବିନା ଭେଦଭାବରେ କାମ କରିଛନ୍ତି । ଭାରତ ଗାଁ, କିଷାନ, ମହିିଳା, ଯୁବକଙ୍କ ପାଇଁ ଭେଦଭାବ ନକରି କାମ କରିଛନ୍ତି ମୋଦି ସରକାର । ଗାଁ, ଗରିବ, ସମାଜର ହିତ ପାଇଁ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର । ଏହା ବ୍ୟତୀତକଂଗ୍ରେସ ମୁକ୍ତ ଭାରତ ହେବା ଉଚିତ । ସଭାରେ କାଳିଆ ଯୋଜନାର ସମାଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ । ନବୀନ ସରକାର ୧୯ ବର୍ଷ ଶାସନ କାଳରେ ମାତ୍ର ୧୭ ଲକ୍ଷ ଘର ତିଆରି କରିଛନ୍ତି । ମାତ୍ର ୟୁପିରେ ୨ ବର୍ଷରେ ୨୦ ଲକ୍ଷ ଲୋକଙ୍କୁ ଆବାସ ଯୋଗାଇନ୍ତି ସରକାର । ୧୯୪୭ରୁ ୨୦୧୪ ପର‌୍ୟ୍ୟନ୍ତ ପୁରା ଦେଶରେ ୧୨ କୋଟିର ଏଲପିଜି କନେକ୍ସନ ହୋଇଥିଲା । କିନ୍ତୁ ୨୦୧୪ ରୁ ୨୦୧୮ ମଧ୍ୟରେ ମୋଦି ସରକାରଙ୍କ କାର‌୍ୟ୍ୟକାଳରେ ୧୨ କୋଟି ଲୋକଙ୍କୁ ଏଲପିଜି କନେକ୍ସନ ଦିଆଯାଇଛି । ସେଥିରୁ ୬ କୋଟି ଲୋକଙ୍କୁ ମାଗଣା କନେକ୍ସନ ଦିଆଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଅନେକ ସୁବିଧା କରିଛନ୍ତି ସରକାର । ପିଏମ କିଷାନକୁ ଏକ ବର୍ଷରେ ୬୦୦୦ ଟଙ୍କା ଦେବେ । ଏହା କିଷାନଙ୍କୁ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ । ପ୍ରତି ୪ ମାସରେ ୨-୨ ହଜାର ଟଙ୍କ ପାଇବେ କୃଷକ । ଲୋକକଲ୍ୟାଣ ପାଇଁ ସମର୍ପତି ମୋଦି ସରକାର । ଓଡ଼ିଶା ସରକାରଙ୍କ ଯୋଜନାର ସ୍ଥାୟୀତ୍ୱ ଯୋଜନା ନାହିଁ । ଯୋଜନା ଆସିବାବେଳୁ ଦୁର୍ନୀତିରେ ଚାପି ହୋଇଯାଇଛି । ଟଙ୍କିକିଆ ଚାଉଳ ନେଇ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ । କେନ୍ଦ୍ର ସରକାର ଚାଉଳ ପାଇଁ ଅଧିକ ଟଙ୍କା ଦେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ବାହାବା ନେଉଛନ୍ତି । ଟଙ୍କିକିଆ ଚାଉଳରେ ରାଜ୍ୟ ସରକାରଙ୍କର ଅନୁଦାନ ମାତ୍ର ୧ ଟଙ୍କା । ଅନ୍ୟପଟେ ଏକତିରିଶ ଟଙ୍କାରୁ ୨୯ ଟଙ୍କା ଦେଉଛି କେନ୍ଦ୍ର । ଓଡ଼ିଶା ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରିବା ପାଇଁ ପଡ଼ିବ । ଏଥିପାଇଁ ବୁଥକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ । ପଂଚାୟତ ଶାନଦାର ପ୍ରଦର୍ଶନ କରିଥିଲା ବିଜେପି । ବିଧାନସଭା ଓ ଲୋକସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବ । କଳାହାଣ୍ଡି ପରେ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧାର ନାଚୁଣିରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ଯୋଗ ଦେଇ ପୁଲୱାମା ଆକ୍ରମଣର କଡ଼ା ଜବାବ ଦେବାପାଇଁ କହିଥିଲେ ।