ଡି.ଏ.ଭି ପବ୍ଲିକ୍ ସ୍କୁଲ ୟୁନିଟ-୮ରେ ଅନ୍ତର୍ଜାତୀୟ ଯୋଗ ଶିବିର

ଭୁବନେଶ୍ୱର: ସାଂପ୍ରତିକ ସର୍ବବ୍ୟାପୀ ମାରାତ୍ମକ କରୋନା ଭୂତାଶୁ ସଂକ୍ରମଣ ଜନିତ କଟକଣାକୁ ଦୃଷ୍ଟିରେ ରଖି ଡି.ଏ.ଭି ପବ୍ଲିକ ସ୍କୁଲ ୟୁନିଟ-୮ରେ ଡିଜିଟାଲ ପ୍ଲାଟଫର୍ମରେ ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।

yoga sibira

ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ମାଡାମ ଇପ୍ସିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା ।  ସକାଳ ୭ଟା ବିଭିନ୍ନ ଆସନ ଓ ପ୍ରାଣାୟମ ପ୍ରଦର୍ଶନ ପୂର୍ବକ ବିଦ୍ୟାଳୟର ଯୋଗଗୁରୁ ଶ୍ରୀ ସନ୍ତୋଷ କୁମାର ସ୍ୱାଇଁ ଶିବିରର ଶୁଭାରମ୍ଭ କରିଥିଲେ ।

yoga sibira

ଏହି ଶିବିରରେ ସ୍ଥାନୀୟ ଏମ୍ସ ଭୁବନେଶ୍ୱରର ଯୋଗ ନିର୍ଦ୍ଦେଶକ ଡ. ରାଜେଶ ପ୍ରମାଣିକ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଯୋଗ ବିଦ୍ୟାର ପ୍ରତିଷ୍ଠାତା ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ପ୍ରଣୀତ ଯୋଗ ସାଧନା ସମ୍ପର୍କରେ ଦିଗଦର୍ଶନ ଦେବା ସହିତ ନିୟମିତ ଯୋଗାଭ୍ୟାସ ଦ୍ୱାରା ଆତ୍ମା ସହିତ ପରମେଶ୍ୱର ପରମତ୍ମାଙ୍କର ଅପୂର୍ବ ସଂଯୋଗ ସ୍ଥାପିତ ହୋଇପାରିଥାଏ ବୋଲି ଉଲ୍ଲେଖ କରିଥିଲେ ।

yoga sibira

ନିୟମିତ ନିଷ୍ଠାର ସହିତ ଯୋଗ ସାଧନା ଦ୍ୱାରା ଆମେ ସାଂପ୍ରତିକ ଜଟିଳ ପରିସ୍ଥିତିରୁ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ଅଧ୍ୟକ୍ଷା ନିଜ ବକ୍ତବ୍ୟରେ ଉଦବୋଧନ ଦେବା ସହିତ ଏବର୍ଷ ଯୋଗ ଦିବସର ମୁଖ୍ୟ ଆହ୍ୱାନ ‘ସ୍ୱାସ୍ଥ୍ୟ ପାଇଁ ଯୋଗ, ଝରେ କର ଅଭ୍ୟାସ’ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇଥିଲେ । ଉକ୍ତ ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ତଥା କର୍ମକର୍ତା ଯୋଗଦାନ କରିଥିଲେ ।

yoga sibira