ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଯୋଗ ଦିବସ ଏକ୍‌ଜୁଟ୍ ହେବା ଦିନ । ବିଶ୍ୱ ଭାତୃତ୍ୱର ଦିନ । ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୂଲ୍ ହେବନି । କରୋନା ସଙ୍କଟ ବେଳେ ଯୋଗାଭ୍ୟାସ, ପ୍ରାଣାୟମ ଅତ୍ୟନ୍ତ ଆବଶ୍ୟକ । କରୋନାକୁ ହରାଇବା ପାଇଁ ଯୋଗାଭ୍ୟାସ ଜରୁରୀ । କରୋନା ମହାମାରୀ ବେଳେ ବିଶ୍ୱାସୀ ଯୋଗର ଆବାଶ୍ୟକତାକୁ ବୁଝିଛନ୍ତି । ଯୋଗାଭ୍ୟାସ ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କରୋନା ଶ୍ୱାସନଳୀକୁ ସଂକ୍ରମିତ କରେ । ପ୍ରାଣାୟମ କଲେ ମୁକ୍ତି ସମ୍ଭବ ହୋଇଥାଏ । ଯୋଗ ଦ୍ୱାରା ଆମକୁ ମାନସିକ ଶାନ୍ତି ମିଳେ । ସଂଯମତା ରକ୍ଷା ହୁଏ । ଯୋଗ କରିବା, ଥକି ଯିବାନି, ମନୋବଳ ବଢ଼ାଇବା । ଯୋଗ ସାଧକ ସଙ୍କଟ ବେଳେ କେବେ ଧୈର୍ଯ୍ୟଚ୍ୟୁତ ହୁଏନି । ଯୋଗାଭ୍ୟାସ ଦ୍ୱାରା ଆମ ଘରେ, ପରିବାରରେ ଉର୍ଜା ସଂଚାର ହୁଏ ।

ଯୋଗର ବିଭିନ୍ନ ମୁଦ୍ରା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୀତାରେ ବର୍ଣ୍ଣି କର୍ମଯୋଗ ସମ୍ପର୍କରେ ଆଲୋକପାତ କଲେ ମୋଦୀ । ଘରେ ଯୋଗ, ପରିବାରର ସହ ଯୋଗ କରିବା ଜୀବନର ମାଧ୍ୟମ ବନାନ୍ତୁ । ଘରେ ସୁରକ୍ଷିତ ରହି ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଲେ ମୋଦୀ । ତେବେ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଉଦବୋଧନରେ କହିଛନ୍ତି ଯେ, ‘ଯାହା ସମସ୍ତଙ୍କୁ ଏକ ସାଥିରେ ଆଣେ ତାହା ହିଁ ଯୋଗ। ଯୋଗ ଦିବସ ଏକଜୁଟ୍ ହେବାର ଦିନ । ଯୋଗ ସାଧକ ସଙ୍କଟ ବେଳେ ଧୈର‌୍ୟ୍ୟହରା ହୁଏନି। କୋରୋନାକୁ ହରାଇବା ପାଇଁ ଯୋଗ ସହାୟକ ହେବ । ଯୋଗାଭ୍ୟାସ ଦ୍ବାରା ଆମର ଇମ୍ୟୁନିଟି କ୍ଷମତା ବୃଦ୍ଧି ପାଇଥାଏ। ଯୋଗ ଦ୍ବାରା ସଂଯମତା ଓ ଶକ୍ତି ବୃଦ୍ଧି ହୁଏ। ବୃଦ୍ଧି ଯୋଗକୁ ନିଜ ଜୀବନଚର‌୍ୟ୍ୟାରେ ସାମିଲ କରନ୍ତୁ। କାରଣ କର୍ମର କୁଶଳତା ହିଁ ଯୋଗ ।’