ୟଶବର୍ଦ୍ଧନ କୁମାର ସିହ୍ନା ହେଲେ ଦେଶର ନୂଆ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ :  ୟଶବର୍ଦ୍ଧନ କୁମାର ସିହ୍ନା ଶନିବାର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି। ୬୨ ବର୍ଷୀୟ ସିହ୍ନାଙ୍କ କାର୍ଯ୍ୟ କାଳ ୩ ବର୍ଷ ପାଇଁ ହୋଇପାରେ। ସିଆଇସି ଓ ସୂଚନା କମିଶନରଙ୍କ ନିଯୁକ୍ତି ୫ ବର୍ଷ ପାଇଁ ବା ୬୫ ବର୍ଷ ଯାଏଁ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ସଦସ୍ୟତା ସମିତି ସିହ୍ନାଙ୍କୁ ସିଆଇସି ଭାବେ ଚୟନ କରିଥିଲା। ଏଥିରେ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମତିରେ ସଦସ୍ୟ ଥିଲେ।

yashvardhan kumar sinha new information commission of india

ତେବେ​‌ ସିହ୍ନାଙ୍କୁ ରାଷ୍ଟ୍ରପତି ଶପଥ କରାଇଥବା ବଳେ ଏଥିରେ ସାମ୍ବାଦିକ ଉଦୟ ମହୁରକର, ହୀରା ଲାଲ ସମାରିଆ, ପୂର୍ବତନ ଏଜି ସରୋଜ ପୁହାନି ସୂଚନା କିମଶନର ଭାବେ ଶପଥ ନେବେ। ମହୁରକର, ସମାରିଆ ଓ ପୁହାନିଙ୍କ ନିଯୁକ୍ତି ପରେ ୭ରେ ପହଞ୍ଚିବ ସୁଚନା କମିଶନରଙ୍କ ସଂଖ୍ୟା। ଜାତୀୟ ସୂଚନା ମିଶନରେ ପୂର୍ବରୁ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଭଞ୍ଜ ଏନ ଶରଣ, ନୀରଜ କୁମାର ଗୁପ୍ତା, ସୁରେଶ ଚନ୍ଦ୍ର ଓ ଅମିତା ପାଣ୍ଡୁବେ।

୨୬ ଅଗଷ୍ଟ ୨୦୨୦ ଠାରୁ ଦେଶର ମୁଖ୍ୟ ସୂଚନା କମିଶନର ପଦ ଖାଲି ପଡ଼ିଥିଲା। ତେବେ ୨୦୧୯ ଜାନୁଆରୀ ପହିଲାରୁ ସୂଚନା ଆୟୁକ୍ତ ଭାବେ କାର୍ଯ୍ୟ ସମ୍ଭାଳିଥିବା ୟଶବର୍ଦ୍ଧନ ସିହ୍ନା ହେଲେ ଭାରତର ମୁଖ୍ୟ ସୂଚନା କମିଶନର।

yashvardhan kumar sinha new information commission of india