‘ଭୂତ ପୁଲିସ’ ପାଇଁ ପ୍ରସ୍ତୁତିି

ମୁମ୍ବାଇ : ୟାମି ଗୌତମ ଅପ୍‌କମିଙ୍ଗ ଫିଲ୍ମ ‘ଭୂତ ପୁଲିସ’ର ସୁଟିଂ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ନିଜ ଟ୍ୱିଟର ଏକାଉଣ୍ଟରେ ଏକ ଫଟୋ ଅପ୍‌ଲୋଡ୍‌ କରି ୟାମି ଏହି ସୂଚନା ଦେଇଛନ୍ତି । ସେଥିରେ ତାଙ୍କୁ ଏକ ଦର୍ପଣ ସାମ୍ନାରେ ବସି ସେଲ୍‌ଫି ଉଠାଉଥିବା ଦେଖିବାକୁ ମିଳୁଛି । ତାଙ୍କ ସାମ୍ନାରେ ଅନେକ ଗୁଡ଼ିଏ ମେକଅପ୍‌ ଉତ୍ପାଦ ରଖାଯାଇଛି । ଫଟୋର କ୍ୟାପ୍‌ସନରେ ୟାମି ଲେଖିଛନ୍ତି, ‘ଭୂତ ପୁଲିସ’ ପାଇଁ ପ୍ରସ୍ତୁତିି’ । ଏହି ହରର କମେଡିର ନିର୍ଦ୍ଦେଶନାରେ ଅଛନ୍ତି ପୱନ କ୍ରିପାଳିନୀ । ୟାମିଙ୍କ ସହ ଏଥିରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅର୍ଜୁନ କପୁର ନଜର ଆସିବେ ।

yami gautam upcoming move bhut police
ନିକଟରେ ମୁକ୍ତିଲାଭ କରିଥିବା ‘ଗିନ୍ନି ୱେଡ୍‌ସ ସନ୍ନି’ ଫିଲ୍ମରେ ୟାମି ଗୌତମଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଛି ।

yami gautam upcoming move bhut police