୧୧ରେ ଭାରତ ଆସିବେ ଜିନପିଙ୍ଗ୍

ନୂଆଦିଲ୍ଲୀ : ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଅକ୍ଟୋବର ୧୧ରେ ଦୁଇ ଦିବସୀୟ ଗସ୍ତରେ ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚେନ୍ନାଇରେ ଜିନପିଙ୍ଗ୍ ସାକ୍ଷାତ କରିବେ। ୪ଟି ପ୍ରମୁଖ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ୫ଘଣ୍ଟା ଧରି ବୈଠକ...

ନୂଆଦିଲ୍ଲୀ : ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଅକ୍ଟୋବର ୧୧ରେ ଦୁଇ ଦିବସୀୟ ଗସ୍ତରେ ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚେନ୍ନାଇରେ ଜିନପିଙ୍ଗ୍ ସାକ୍ଷାତ କରିବେ। ୪ଟି ପ୍ରମୁଖ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ୫ଘଣ୍ଟା ଧରି ବୈଠକ ହେବ। 

ଏହି ସମୟରେ ଜିନପିଙ୍ଗ୍ ଚେନ୍ନାଇ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସମୟ ଅତିବାହିତ କରିବେ। ସେ ଶୁକ୍ରବାର ୧ଟା ୩୦ରେ ଚେନ୍ନାଇରେ ପହଁଚିବେ ଓ ଏହାର ପରଦିନ ଚୀନ ପ୍ରତ୍ୟାବର୍ତ୍ତନ କରିବେ। ଏହି ଅବଧି ମଧ୍ୟରେ ମୋଦୀ ଓଜିନପିଙ୍ଗ୍ ମହାବଳିପୁରମର ତିନୋଟି ପ୍ରସିଦ୍ଧ ସ୍ମାରକ ଓ ଏକ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ତେବେ ଜିନପିଙ୍ଗ୍ ଚେନ୍ନାଇରେ ପହଁଚିବା ପରେ ମୋଦୀଙ୍କ ସହ ଶୁକ୍ରବାର ସନ୍ଧ୍ୟା ୫ଟାରେ ଅନୌପଚାରିକ ଭାବରେ ବୈଠକ କରିବେ। ଏହାପରେ ଦୁଇ ନେତା ଅର୍ଜୁନଙ୍କ ତପସ୍ୟା ସ୍ଥଳୀ, ପଞ୍ଚ ରଥ ଓ ମଲ୍ଲପୁରମର ଶୋର ମନ୍ଦିର ଯାତ୍ରା କରିବେ। 

ବାସ୍ତବିକ ନିୟନ୍ତ୍ରଣ ରେଖାକୁ ସ୍ଥିର ରଖିବାକୁ ଓ ବ୍ୟାପାର ସମ୍ବନ୍ଧିତ ଚର୍ଚ୍ଚା କରିବାକୁ ଜିନପିଙ୍ଗ୍ ମୋଦୀଙ୍କ ସହ ଆଲୋଚନା କରିବେ। ଏତଦ୍ ବ୍ୟତୀତ ସୀମା ବିବାଦ ସମାଧାନ ଓ ଆମଦାନୀ ରପ୍ତାନୀ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରାଯିବ ବୋଲି ସୂଚନା ମିଳିଛି।

Spread the love
Categories
ଦେଶ-ବିଦେଶ

RELATED BY