ଆସନ୍ତା ସପ୍ତାହରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚେନ୍ନାଇ ନିକଟରେ ଥିବା ମହାବଳିପୁରମ ଗସ୍ତ କରିବେ । ସେଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିତୀୟଥର ପାଇଁ ଅଣଆନୁଷ୍ଠାନିକ ବୈଠକ କରିବେ । ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ବାସ୍ତବିକ ନିୟନ୍ତ୍ରଣ ରେଖା( ଏନଏସି)କୁ ସ୍ଥିର ରଖିବା ଏବଂ ବ୍ୟବସାୟିକ ସମ୍ପର୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରେ । 

ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକରେ ସୀମାର ବିବାଦ ସମାଧାନର ପରବର୍ତ୍ତି ପର୍ଯ୍ୟାୟର ଆଲୋଚନା କରିବା ଏବଂ ବ୍ୟବସାୟିକ କ୍ଷତିକୁ ହ୍ରାସ କିବା ପାଇଁ ଚୀନକୁ ଅଧିକ ଭାରତୀୟ ଉତ୍ପାଦନର ଆମଦାନୀ କରିବା ଉପାୟ ଉପରେ ଚର୍ଚ୍ଚା ହୋଇପାରେ । ଏହାଛଡା ବାଂଲାଦେଶ-ଚୀନ-ଭାରତ-ମିଆମାର କରିଡରର ପ୍ରଗତି ଉପରେ ଧ୍ୟାନ ଦିଆଯିବ କାରଣ ଏହା ବେଲ୍ଟ ଏବଂ ରୋଡ ଇନିସିଏଟିବରୁ ବାହାର ରହିଛି ।