ନେପାଳ ଅଭିମୁଖେ ଜିନ୍‌ପିଙ୍ଗଙ୍କ ଗସ୍ତ

ମହାବଳୀପୁରମ୍‌:ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟାର ଆଲୋଚନା ହୋଇଛି । ଏହା ପରେ ଜିନ୍‌ପିଙ୍ଗ ନେପାଳ ଅଭିମୁଖେ ଗସ୍ତ କରିଛନ୍ତି । ସେ ମଧ୍ୟାହ୍ନ ଭୋଜନ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଆଜି ଜିନପିଙ୍ଗ ଓ ମୋଦୀଙ୍କ ମଧ୍ୟରେ ଏକ ରିସୋର୍ଟରେ ୧ ଘଣ୍ଟା ଯାଏଁ ଆଲୋଚନା ହୋଇଥିଲା । ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଆତଙ୍କବାଦ, ବାଣିଜ୍ୟ, ସୀମା ବିବାଦ, ୱାନ ବେଲ୍ଟ ୱାନ ରୋଡ୍‌ ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଛି । ଏଥିରେ କୌଣସି ପ୍ରତିନିଧି ଉପସ୍ଥିତ ନ ଥିଲେ । ଏହା ପରେ ପ୍ରତିନିଧି ସ୍ତରୀୟ ବୈଠକ ହୋଇଛି ।

ବୈଠକ ପରେ ମୋଦୀ କହିଛନ୍ତି ଯେ ଏବେ ଭାରତ ଓ ଚୀନ ଦୁଇ ଅର୍ଥନୈତିକ ମହାଶକ୍ତି । ମତଭେଦ ଦୂରକରି ବିବାଦ ଉତ୍ପନ୍ନ ହେବାକୁ ଦେବୁ ନାହିଁ ବୋଲି ଆମେ ନିର୍ଦ୍ଧାରଣ କରିଥିଲୁ । ଚେନ୍ନାଇରେ ଆମ ମଧ୍ୟରେ ବୈଶ୍ଵିକ ଏବଂ ଦ୍ଵିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଚେନ୍ନାଇ କନେକ୍ଟ ଜରିଆରେ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ରାସ୍ତା ଖୋଲିଛି । ତାମିଲନାଡୁରେ ଭବ୍ୟ ସ୍ଵାଗତକୁ ନେଇ ଖୁବ୍ ଖୁସୀ ଥିବା ଜିନ୍‌ପିଙ୍ଗ କହିଛନ୍ତି । ଭାରତ ଗସ୍ତ ମୋର ସବୁଦିନ ପାଇଁ ମନେ ରହିବ ବୋଲି ସେ କହିଛନ୍ତି ।